ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରିନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଆମର୍ ଭେଟଘାଟ୍’ ଶିରୋନାମାରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ କିଶୋର ଚନ୍ଦ୍ର ଶତପଥୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଧର୍ମଗଡ଼ର ଇଂରାଜୀ ଅଧ୍ୟାପକ ଲିଙ୍ଗରାଜ ପାତ୍ର ଯୋଗଦେଇଥିବା ବେଳେ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ ଜୟପାଟଣାର ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ମୂଖ୍ଯ ବକ୍ତା, ସମ୍ମାନୀତ ଅତିଥି ଭାବେ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବେହେରାର ଇଂରାଜୀ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ, ଅବସର ପ୍ରାପ୍ତ ଇଂରାଜୀ ଶିକ୍ଷକ ଭକ୍ତଚରଣ ଭୋଇ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜୀବନ ଗଠନର ସୂତ୍ର, ଶିକ୍ଷାର ମହତ୍ତ୍ଵ, ଶିକ୍ଷାର ଉପକାରିତା ଓ ଉପଯୋଗୀତା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇବା ସହିତ ଉଜ୍ଜଳ ଭବିଷ୍ୟତ ନିର୍ମାଣ ପାଇଁ ଦିଗଦର୍ଶନ ଦେଇଥିଲେ। ଏହି ଅବସରରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ପାୟଲ, ପାଦୁକା, ଜନୁନା, ରେଖା, କୁନ୍ତୀ, ମାଧବ, ଚନ୍ଦ୍ର ପ୍ରଭା, ଲକ୍ଷ୍ମଣ, ଭାରତୀ, ତପନ, ସ୍ବାଗତ ସଙ୍ଗୀତ ଗାନ କରିବା ସହିତ ନୃତ୍ୟ ପରିବେଷଣ କରିଥିଲେ।

Omkar Vasthu
Omkar Vasthu

କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଭାଗ୍ୟବାନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ଭୁଜବଳ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଦେବରାଜ ସତନାମୀ, ପୁସ୍ତମ ବଣିଆ, ଦେବେନ୍ଦ୍ର ରଣା, ସାନ୍ତୁନୁ ବାଗ, ରିଙ୍କୁ ଖମାରୀ, ସୁମନ ସିନ୍ଦୁର, ଭାସ୍କର ଗୋପାଳ ସମେତ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.