ଲାଞ୍ଜିଗଡ଼ ବେଦାନ୍ତ ଫାଟକ ସାମ୍ନାରେ ମୃତ ଶ୍ରମିକଙ୍କ ଶବ ରଖି ଧାରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶନିବାର ସକାଳୁ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ଫାଟକ ସମ୍ମୁଖରେ ଜଣେ ଶ୍ରମିକଙ୍କ ଶବ ରଖି ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି। ମୃତ ଶ୍ରମିକ ଜଣକ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବୁରାଟ ଗ୍ରାମର ଚୁଡ଼ାମଣି ସାହୁ (୩୦) ଓରଫ ଅମିତ ବୋଲି ଜଣାପଡିଛି। ବେଦାନ୍ତ ଭିତରେ ତାହାର ଏକ ସହଯୋଗୀ କମ୍ପାନୀରେ କାମ କରୁଥିଲେ ଚୁଡ଼ାମଣି। ତେବେ ଅସ୍ଵାସ୍ଥ୍ୟକର ପରିବେଶ ଯୋଗୁଁ ତାଙ୍କର ଦୃତ ସ୍ବାସ୍ଥ୍ୟ ଅବନତି ଘଟିଥିବା ଅଭିଯୋଗ ହୋଇଛି। ତେବେ ବିଷମକଟକ ମିଶନାରୀ ହସ୍ପିଟାଲରେ ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ଚୁଡ଼ାମଣି। ଏହାପରେ କ୍ଷତିପୂରଣ ଦାବିରେ ମୃତ ଶ୍ରମିକଙ୍କ ପରିବାରବର୍ଗ ଓ ସ୍ଥାନୀୟ ଜନତା ବେଦାନ୍ତ ଫାଟକ ସାମ୍ନାରେ ଶବ ରଖି ଧାରଣାରେ ବସିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.