ଓଡ଼ିଆ ବାର୍ତ୍ତା / କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମଙ୍ଗଳବାର ବ୍ଳକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ବରେ ସମିତି ସଭ୍ୟ/ ସଭ୍ୟା ମାନେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଓ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହ ସାଂସଦ ଓ ଜିଲ୍ଲାପାଳଙ୍କ ସହିତ କୋକସରା ବ୍ଳକର ବିକାଶ ଓ ବିଭିନ୍ନ ସାମସ୍ୟ ବିଷୟରେ ଆଲୋଚନା କରିଥିବା ଜଣାପଡିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଳକ ଅଧ୍ୟକ୍ଷା, ବ୍ଳକ ଉପାଧ୍ୟକ୍ଷଙ୍କ ସମେତ ସମିତି ସଭ୍ୟ ଘନଶ୍ୟାମ ନାଏକ, ଗଜାନନ ନିଆଲ, ଗୁପ୍ତେଶ୍ୱର ବାଗ, ଅଞ୍ଜନା ଦୁର୍ଗା, ନର୍ତ୍ତକୀ ଦଣ୍ଡାସେନା, ଉଆଁସୀ ପାନ, ପାର୍ବତୀ ବାଗ, ବୈଦେହୀ ବେଶ୍ରା, ମୁକ୍ତେଶ୍ଵର ନାଏକ, ହେମକାନ୍ତ ପୁଝାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।