ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସହର ସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ତରଫରୁ ଓଡ଼ିଆ ଭାଷା, ବ୍ୟାକରଣ ଓ ଧର୍ମ ସମ୍ପର୍କରେ ଏକଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାସ, ଅଧ୍ୟାପକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆଲୋଚନାଚକ୍ରଟି ଓଡ଼ିଆ ବିଭାଗର ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କ ତତ୍ତ୍ବାବଧାନରେ ହୋଇଥିଲା। ଏଥିରେ ସମୁଦାୟ ନଅଗୋଟି ଭିତ୍ତିପ୍ରବନ୍ଧ ଉପସ୍ଥାପିତ ହୋଇଥିଲା।

ଶୁଭଶ୍ରୀ ପଣ୍ଡା, ରୀହା ପୁରୋହିତ, ମଦନ ବାଗ, ରୂପେଶ ନାଏକ, ସନ୍ଦୀପ ବାଗ, ଆକାଶ ମାଝୀ, ପ୍ରମିଳା ନାଏକ, ଜ୍ୟୋତି ଭାଟି, ଶୋଭା ଦାସ ପ୍ରମୁଖ ଭିତ୍ତିପ୍ରବନ୍ଧ ପଠନ କରିଥିବା ବେଳେ ସମୀର ନାୟକ, ଯଶୋବନ୍ତ ରଣା, ସୀମାଞ୍ଚଳ ମାଝୀ , ମୁକେଶ ମାଝୀ, ତ୍ରିନାଥ ଶବର , ସୁଦର୍ଶନ ମାଝୀ, ଜମ୍ବୁବତୀ ବଗର୍ତ୍ତି, ଯାଜ୍ଞସେନୀ ଗହୀର, ମିଲି ଶବର ପ୍ରମୁଖ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁଜିତ କୁମାର ରଣା, ବିକ୍ରମ ବେମାଲ ଓ ତୁଳସୀ କରୁଆଁ। ସସ୍ମିତା ନାଏକ, ପ୍ରମିଳା ନାଏକ, ସଭ୍ୟା କୁମାରୀ ନାଏକ, ଦୁସ୍ମିତା ନାଗ, ବୃନ୍ଦାବତୀ ଗହୀର ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଜ୍ୟୋତିବ୍ରହ୍ମା ଭୋଇ , ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଧରିତ୍ରୀ ମାଝୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ରୀହା ପୁରୋହିତ, କୈଳାଶ ଚନ୍ଦ୍ର ହଂସ, ହିମାଦ୍ରୀ ନାଗ ଓ ପ୍ରମିଳା ମେହେର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.