ବିଧାନସଭାରେ ନର୍ଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପ୍ରସଙ୍ଗ ଉଠାଇଲେ ବିଧାୟିକା ମନୋରମା ମହାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟିକା ମନୋରମା ମହାନ୍ତି ବିଧାନସଭାରେ ନିଜ ନିର୍ବାଚନ ମଣ୍ଡଳୀର ଜଳ ଯୋଗାଣ ପ୍ରକଳ୍ପ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି । ଶ୍ରୀମତୀ ମହାନ୍ତି ଓଡ଼ିଶା ସରକାରଙ୍କକ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି – ନର୍ଲା ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ (ଆର.ଡବ୍ଲୁ.ଏସ୍) ଯୋଜନାରେ କେତେଗୁଡିଏ ପ୍ରକଳ୍ପ କରାଯାଇଛି, ସେଥିମଧ୍ୟରୁ କେତୋଟି କାର୍ଯ୍ୟକ୍ଷମ ଅଛି ଓ କେତେ କାମ କରୁନାହିଁ। ଏହି ପ୍ରକଳ୍ପ ଗୁଡିକର ନିମ୍ନମାନର କାମ ହେଉଥ‌ିବା ହେତୁ ପ୍ରକଳ୍ପ ଗୁଡିକର କାର୍ଯ୍ୟକ୍ଷମ ନହେବା ସରକାରଙ୍କ ନଜରକୁ ଆସିଛି କି। ଏହାକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି?

Omkar Vasthu
Omkar Vasthu

ନର୍ଲା ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ। ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି – ନର୍ଲା ନିର୍ବାଚନ ମଣ୍ଡଳୀରେ ପାଇପ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପ (ପି.ଡବ୍ଲୁ.ଏସ୍) ଯୋଜନାରେ ୮୫ ଟି ଏକକ/ଏକାଧିକ ଗ୍ରାମ ବିଶିଷ୍ଟ ପାଇପ ପାନୀୟ ଜଳଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରାଯାଇଥିଲା । ଉପରୋକ୍ତ ୮୫ ଟି ପ୍ରକଳ୍ପ ମଧ୍ୟରୁ ରାସ୍ତା ପ୍ରଶସ୍ତୀକରଣ ସମୟରେ ପାଇପ ଲାଇନ କ୍ଷତିଗ୍ରସ୍ତ ହୋଇଥିବାରୁ ୮ ଗୋଟି ପ୍ରକଳ୍ପ ଏବେ ଆଂଶିକ ଭାବେ କାର୍ଯ୍ୟକ୍ଷମ ଅଛି । ରାସ୍ତା କାମ ସରିବାପରେ ଅବିଳମ୍ବେ ପାଇପଲାଇନ ମରାମତି କରି ଉକ୍ତ ୮ ଗୋଟି ପ୍ରକଳ୍ପକୁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ କରାଯିବ । କୌଣସି ପ୍ରକଳ୍ପରେ ନିମ୍ନମାନର କାର୍ଯ୍ୟ ହୋଇଥ‌ିବା ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ସୂଚନା ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । କୌଣସି ପ୍ରକଳ୍ପରେ ନିମ୍ନମାନର କାମ ହେଉଥ‌ିବାର ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିଲେ ତୁରନ୍ତ ଅନୁସନ୍ଧାନ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.