ନିଖୋଜ ଯୁବକଙ୍କ ମୃତ ଦେହ ଜଙ୍ଗଲରୁ ଉଦ୍ଧାର, ପୋଲିସ ଓ ସାଇଣ୍ଟିଫିକ ଟିମ ର ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଧୀନ ବଡ଼ମାଳ ଫାଣ୍ଡି ଅଞ୍ଚଳର କାଳଖୁଟ ସଂରକ୍ଷିତ ଜଙ୍ଗଲ ପରିସରରୁ ନିଖୋଜ ଯୁବକର ମୃତ ଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥା ପୋଲିସ ଉଦ୍ଧାର କରିଛି l ଏ ନେଇ ସଇଁତଲା ଥାନା କେସ ନଂ ୧୦/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଟିଟିଲାଗଡ଼କୁ ପଠାଯାଇଛି l ଘଟଣାସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ, ସଇଁତଲା ଓ ବଡ଼ମାଳ ପୋଲିସ ପହଂଚି ବିଭିନ୍ନ ଦିଗକୁ ନେଇ ଖୋଡ଼ତାଳ ତଦନ୍ତ ଚଳେଇଛି l

Omkar Vasthu
Omkar Vasthu

ହତ୍ୟା ନାଁ ଆତ୍ମହତ୍ୟା କାରଣ ଏବେ ବି ଅସ୍ପଷ୍ଟ ରହିଛି । ପୋଷ୍ଟମଟମ ରିପୋର୍ଟ ଆସିଲେ ଘଟଣା ସତ୍ୟସତ୍ୟା ଜଣାପଡିବ ବୋଲି ସଇଁତଲା ଆଇଆଇସି ସୁଶାନ୍ତ କୁମାର ବଢ଼େଇ ସୂଚନା ଦେଇଛନ୍ତି l ନିଖୋଜ ବ୍ୟକ୍ତି ଶବ ମିଳିବା ପରେ ପରିବାର ଲୋକେ ଆସି ଚିହ୍ନଟ କରିଥିଲେ l ମୃତ ଯୁବକ ଉତ୍ତମ ନାଗ (୩୮) ଗ୍ରାମ ଟିଟିଲାଗଡ଼ ସହରର ସର୍ଗିଗୁଡା ମଦନଲାଲ ଛକ ବୋଲି ଜଣାପଡିଛି l ପ୍ରକାଶ ଯେ, ବୁଧବାର ଗୋଏଲଭାଡ଼ି ଛକ ନିକଟସ୍ଥ ରେଲୱେ ଓଭର ବ୍ରିଜ ପାଖରେ ଏକ ଯୁବକ ମୃତ ଦେହ ଏକ ଗଛରେ ଝୁଲନ୍ତା ଅବସ୍ଥା ଥିବା ଖବର ପାଇଁ ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇ ଙ୍କ ତତ୍ତ୍ୱବଧାନରେ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ସେକେଣ୍ଡ ଅଫିସର ଆଲୋକ ଭୋଇ, ପିଏସଆଇ ରାଜେଶ ବେହେରା, ଟାଉନ ହାବିଲଦାର ଭୁବନେଶ୍ୱର ଭୋଇ ସହ ଟିମ ପହଂଚି ଶବକୁ ଜବତ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲେ l ପରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ ମଧ୍ୟ ପହଂଚି ମୃତ ଯୁବକଙ୍କ ଠାରୁ ନମୁନା ସଂଗ୍ରହ କରି ତଦନ୍ତ ଚଲାଇଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ୨ ଦିନ ତଳେ ଭୋରରୁ ଉତ୍ତମ ନିଜ ବାଇକ ନଂ ଓଡି୦୮ ଏଚ ୮୮୬୯ ଯୋଗେ ଘରୁ ଶୌଚ ଯିବା ପାଇଁ ବାହାରିଥିଲେ l କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ କୋଣସି ସନ୍ଧାନ ମିଳି ନ ଥିଲା l ପରେ ଘଟଣା ସମ୍ପର୍କରେ ତାଙ୍କ ବଡ଼ ଭାଇ ସୁଦାମ ନାଗ ଟିଟିଲାଗଡ଼ ଥାନାରେ ଉତ୍ତମ ନିଖୋଜ ହୋଇଛି ବୋଲି ଏକ ଲିଖିତ ଏତଲା ଦେଇଥିଲେ l ଏହାକୁ ଭିତ୍ତି କରି ଟିଟିଲାଗଡ଼ ପୋଲିସ ବିଭିନ୍ନ ଥାନାକୁ ଖବର ଦେଇ ତଦନ୍ତ ଚଲାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.