ମାଆ ହିଁ ପ୍ରଥମ ଗୁରୁ ଦ୍ୱିତୀୟ ଗୁରୁ ବାପା

ପ୍ରଗତି କଲେଜିଏଟ ସ୍କୁଲରେ ଗୁରୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଭବାନୀପାଟଣା ସ୍ଥିତ ପ୍ରଗତି କଲେଜିଏଟ ସ୍କୁଲରେ ମହା ଆଡ଼ମ୍ବର ସହ ଗୁରୁ ଦିବସ ପାଳିତ ହେଇଯାଇଛି। ଗୁରୁ ହିଁ ସବୁକିଛି ଗୁରୁ ବିନା ଛାତ୍ରର ଅସ୍ତିତ୍ୱ ନାହିଁ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ମା ହିଁ ପ୍ରଥମ ଗୁରୁ, ଦ୍ୱିତୀୟ ଗୁରୁ ବପା, ପରେ ଶିକ୍ଷକ ବା ଗୁରୁ ହିଁ ଆମ ଜୀବନର ଲକ୍ଷ୍ୟ ପଥର ପଥ ପଦର୍ଶକ ସାଜିଥାନ୍ତି ବୋଲି ମତ ଦେଇଥିଲେ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା।

Omkar Vasthu
Omkar Vasthu

ଏହି ସଭାରେ ପ୍ରଗତି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଚେୟାରପରସନ ସଂଗୀତ ପଣ୍ଡା, ପ୍ରଗତି ପରିବାରର ଦକ୍ଷ ପ୍ରଶାସକ ପ୍ରଣବ ପଣ୍ଡା, କାଲିଜିଏଟର ପ୍ରଧାନ ଶିକ୍ଷକ ଲୋକନାଥ ଖଡ଼ିକାର ଏବଂ ପ୍ରଗତି କଲେଜଏଟର ଆଡ଼ମିନିଷ୍ଟ୍ରଟ୍ରେଟିଭ ପ୍ରଶାସକ ରମେଶ ଚନ୍ଦ୍ର ମେହେର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଓଡ଼ିଆ ବିଭାଗର ମୁଖ୍ୟ ଜୟଦ୍ରଥ ସୁନା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଧନ୍ୟବାଦ ଦେଇଥିଲେ ବରିଷ୍ଟ ଶିକ୍ଷକ ହେମନ୍ତ କୁମାର ମୁଣ୍ଡ। ପରେ ପରେ ସଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଛାତ୍ରଛାତ୍ରୀ। ଏହାକୁ ସଂଚାଳନା କରିଥିଲେ ଛାତ୍ରୀ ପ୍ରିୟଙ୍କା ସାହୁ ଓ ସ୍ନେହା ରଣା। ଧନ୍ୟବାଦ ଦେଇଥିଲେ ବରିଷ୍ଟ ଶିକ୍ଷକ ଗୋବିନ୍ଦ ପ୍ରଧାନ। ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.