ମହାଶକ୍ତି ଫାଉଣ୍ଡେସନ ତରଫରୁ ଜାତୀୟ ପୋଷଣ ମାସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମହାଶକ୍ତି ଫାଉଣ୍ଡେସନ ବଲାଙ୍ଗିର ଏବଂ ଏଲ ଟି ଆଇ ମାଇଣ୍ଡ ଟ୍ରି ଫାଉଣ୍ଡେସନ ର ମିଳିତ ଆନୁକୁଲ୍ୟରେ ମଦନପୁର ରାମପୁର ବ୍ଲକ ର ସିଂପୁର ଗ୍ରାମ ପଞ୍ଚାୟତ ଠାରେ ଜାତୀୟ ପୋଷଣ ମାସ ୨୦୨୪ ପାଳିତ ହୋଇଥିଲା। ଜାତୀୟ ପୋଷଣ ମାସ ୨୦୨୪ ଉପଲକ୍ଷେ ସମ୍ମାନିତ ଅତିଥି, ସିଂଙ୍ଗପୁର ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ମୀନା ପଧାନ ଏବଂ ମହାଶକ୍ତି ଫାଉଣ୍ଡେସନ ର ସ୍ବାସ୍ଥ୍ୟ ପୁଷ୍ଟି ବିଶେଷଜ୍ଞ ପ୍ରଜ୍ଞାରାଣୀ ବାରିକ, କୃଷି ବିଶେଷଜ୍ଞ ସ୍ମୃତି ରଞ୍ଜନ ସେଠି, ଜୀବିକା ବିଶେଷଜ୍ଞ ବୀରେନ୍ଦ୍ର ପ୍ରଧାନ ଓ ବ୍ଲକ ସଂଯୋଜକ ଭାଗ୍ୟଶ୍ରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା, ମାନଙ୍କୁ ଜନ୍ମରୁ ୬ ମାସ ମା କ୍ଷୀର ଏବଂ ୬ ମାସ ପରେ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ର ମହତ୍ତ୍ଵ ବୁଝାଇଥିଲେ। “ଜୀବନର ପ୍ରଥମ ୧୦୦୦ ଦିନ ର ମହତ୍ତ୍ଵ” ବିଷୟରେ ମହାଶକ୍ତି ଫାଉଣ୍ଡେସନ ର ସ୍ବାସ୍ଥ୍ୟ-ପୁଷ୍ଟି ବିଶେଷଜ୍ଞ ପ୍ରଜ୍ଞାରାଣୀ ବାରିକ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସେ ଉପସ୍ଥିତ ମା ଓ କିଶୋରୀ ବାଳିକାମାନଙ୍କୁ ଶିଶୁ ଓ ମା ମାନଙ୍କପାଇଁ ପୁଷ୍ଟିକର ଖାଦ୍ୟ କିପରି ତିଆରି କରାଯାଏ,ପୋଷଣ ର ଆବଶ୍ୟକ କଣ, ଶରୀର ର ବୃଦ୍ଧି କ୍ଷେତ୍ରରେ ପୋଷଣ କିପରି ସହାୟତା କରେ, ପୋଷଣ ତତ୍ତ୍ୱ ପାଇଁ କେଉଁସମସ୍ତ ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ, ଓ ପୋଷଣ ର ଅଭାବ ରେ କେଉଁ ସବୁ ସମସ୍ୟା ର ସମ୍ମୁଖୀନ ହେବାକୁ ପଡେ ଏବଂ କେଉଁ ସମସ୍ତ ରୋଗ ରେ ଆକ୍ରାନ୍ତ ହେବାକୁ ପଡିଥାଏ ସେ ବିଷୟରେ ବୁଝାଇ ଥିଲେ ଏବଂ ଏକ ପୋଷଣ ବଗିଚା କିପରି କରାଯାଏ ଓ କେଉଁ ସମସ୍ତ ପରିବା ସେହି ବଗିଚା ରେ ଲଗାଯାଏ ତାହା ପ୍ରସ୍ତୁତ କରି ଦେଖାଇଥିଲେ ।

Omkar Vasthu
Omkar Vasthu

ମହାଶକ୍ତି ଫାଉଣ୍ଡେସନ ଏବଂ ଏଲ ଟି ଆଇ ମାଇଣ୍ଡ ଟ୍ରୀ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆସନ୍ତା ଚାରିବର୍ଷ ମଧ୍ୟରେ ମ. ରାମପୁର ବ୍ଲକ ରେ ଥିବା ପାଞ୍ଚଗୋଟି ଗ୍ରାମ ପଞ୍ଚାୟତରେ ସମନ୍ୱିତ ଗ୍ରାମ୍ୟ ବିକାଶ ଯୋଜନା ର ପରିକଳ୍ପନା କରାଯାଇଛି। ଏହି ଯୋଜନା ମାଧ୍ୟମରେ ପାଞ୍ଚଗୋଟି ଗ୍ରାମ ପଞ୍ଚାୟତ ରେ ପରିବେଶ ସଂରକ୍ଷଣ, ଜୀବନ ଜୀବିକା, ଶିକ୍ଷା ଏବଂ ସ୍ବାସ୍ଥ୍ୟ ଓ ପୁଷ୍ଟି ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯିବ।ସ୍ଥାନୀୟ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କ ସ୍ବାସ୍ଥ୍ୟ ଏବଂ ପୁଷ୍ଟି ର ଉନ୍ନତି ପାଇଁ ଭାରତ ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ବିଭିନ୍ନ ପଦକ୍ଷେପ ମାନ ହାତକୁ ନିଆଯାଇଛି।ଉପରୋକ୍ତ କାର୍ଯ୍ୟକ୍ରମକୁ ସମନ୍ମିତ ଗ୍ରାମ୍ୟ ଉନ୍ନୟନ ଯୋଜନା, ମ. ରାମପୁର ବ୍ଲକ ସଂଯୋଜକ ଭାଗ୍ୟଶ୍ରୀ ରାଉତ, ପରିଚାଳନା କରିଥିଲେ। ରେଣୁକା ପାଧାନ, ପବିତ୍ର ମହାଖୁଡ, ସୈରେନ୍ଦ୍ରି ସାହୁ, ମାମିତା ପୁଝାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମୀର ପୁଝାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.