ସୁଭଦ୍ରା ରଥକୁ ନର୍ଲାରେ ଭବ୍ୟ ସ୍ଵାଗତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ମହିଳା ମାନେ କିସ୍ତି ଆକାରରେ ୫ ବର୍ଷରେ ପାଇବେ ୫୦,୦୦୦ ଟଙ୍କା। ରାଜ୍ୟରେ ନୂଆ ସରକାର ଦାଇତ୍ୱ ନେଇଛନ୍ତି। ନିର୍ବାଚନ ସମୟରେ ବିଜେପି ସରକାରକୁ ଆସିଲେ ଲୋକଙ୍କୁ ଯେଉଁ ସବୁ ସୁବିଧା ଦେବେ ସେ ନେଇ ଆଗରୁ ଘୋଷଣା କରିଥିଲେ। ଏହି ଯୋଜନାରେ ଗରୀବ ଶ୍ରେଣୀର ୨୧ ରୁ ୬୦ ବର୍ଷ ବୟସର ମହିଳା ଯେଉଁ ମାନଙ୍କ ରାସନ କାର୍ଡ ଅଛି ସେମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ। ବାର୍ଷିକ ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଏଭଳି ୫ ବର୍ଷରେ ୫୦,୦୦୦ ଟଙ୍କା ପାଇବେ ଗୋଗ୍ୟ ବିବେଚିତ ମହିଳା। ଏଥିପାଇଁ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ମାନେ ଗତ ୪ ସେପ୍ଟେମ୍ବର ରୁ ଆବେଦନ ଫର୍ମ ପ୍ରଦାନ କରୁଛନ୍ତି।

Omkar Vasthu
Omkar Vasthu

ଆଜି ଗୁରୁବାର ୧୨/୯ ରୁ ଅନ ଲାଇନ ଆବେଦନ ମଧ୍ୟ ଆରଂଭ ହୋଯାଇଥିବା ମଧ୍ୟ ଜଣାପଡ଼ିଛି। ସହଜ ଜନସେବା କେନ୍ଦ୍ର, ଗ୍ରାମ ପଞ୍ଚାୟତ ପ୍ରଭୃତି ସ୍ଥାନରେ ମାଗଣାରେ ଚାଲିଛି ଅନ ଲାଇନ ଆବେଦନ।ଏହି ଯୋଜନାରୁ କୌଣସି ମହିଳା ଯେମିତି ବାଦ ନ ପଡନ୍ତି ସେଥିପାଇଁ ଗତ ସପ୍ତାହରୁ ସଚେତନତା ରଥ ସାରା ଜିଲ୍ଲାରେ ବୁଲୁଛି। ଏହିକ୍ରମରେ କଳାହାଣ୍ଡି ଜିଲ୍ଲାରେ ୭ ଗୋଟି ସୁଭଦ୍ରା ରଥ ବୁଲୁଥିବା ବେଳେ ନର୍ଲା ଓ ମ.ରାମପୁର ପାଇଁ ଗୋଟିଏ ସଚେତନତା ରଥ ବୁଲୁଛି। ମ ରାମପୁରରେ ଗତ ୭/୯ ରୁ ୧୧/୯ ଯାଏଁ ସଚେତନତା କରି ଗୁରୁବାର ନର୍ଲା ବ୍ଲକର ଶେରଗଡ଼ ଗ୍ରାମ ପଂଚାୟତରେ ଆସି ପହଞ୍ଚିଥିଲା ଏହି ସଚେତନତା ରଥ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ନର୍ଲା ବ୍ଲକ ପ୍ରଶାସନ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ନେତୃତ୍ଵରେ ବିପିସି ଭୋଳାନାଥ ଦାସ, ସିଡିପିଓ ଅଞ୍ଜଳି ପଟ୍ଟନାୟକ, ନର୍ଲା ବିଏଲସି ସନତ କୁମାର ସାହୁ ପ୍ରମୁଖଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ନଡ଼ିଆ ଭାଙ୍ଗି ଚନ୍ଦନ, ସିନ୍ଦୁର ଓ ଫୁଲମାଳ ଦେଇ ରଥକୁ ଭବ୍ୟ ସ୍ବାଗତ କରିଥିଲେ। ଏହି ରଥ ନର୍ଲା ବ୍ଲକର ସେରଗଡ, ତୁଳାପଡା, ଭାନପୁର, ବାଲସିଙ୍ଗା ଦେଇ ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳ ବୁଲି ଜନ ସଚେତନତା ସୃଷ୍ଟି କରିବ। ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତ ବୁଲି ଆସନ୍ତା ୧୬ ରେ ନର୍ଲା ବ୍ଲକର ମାଣ୍ଡେଲ ଗ୍ରାମ ପଂଚାୟତରେ ଯାତ୍ରା ସାରିବ ବୋଲି ନର୍ଲା ବିଡିଓ ଶ୍ରୀ ସୁନା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.