ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିର ଅଧ୍ୟକ୍ଷା ପ୍ରୀୟଙ୍କା ଗୈାଡ ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି। ଗୁରୁବାର ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ, ଆଇଆଇସି ବିପିନ ବିହାରୀ ହୋତା, ଏସ୍ଡ଼ିପିଓଙ୍କ ଅଫିସିର ଆଇଆଇସି ସମୀର କୁମାର ରାଉତ, ଓ ୩ ଜଣ ସବ ଇନ୍ସପେଟର ଆଦିତ୍ୟ ପ୍ରସାଦ ପାତ୍ର, ଏସକେ ମିଶ୍ରଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ, ସମସ୍ତ ଷ୍ଟାଫ ଓ ନିର୍ବାଚନ ଅଧିକାରୀ ଭାବେ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ ମହନ୍ତ ଓ ସ୍ଥାନୀୟ ତହସିଲଦାର ଲୋପାମୁଦ୍ରା ରଥ, ସଂଯୋଜନା ଭାବେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା ଓ ଏନଏସିର କିଛି କର୍ମଚାରୀଙ୍କ ଉପସ୍ଥିତିରେ ୧୨ଘଣ୍ଟ ସମୟରେ ଭୋଟ କାର୍ଯ୍ୟ ଆରମ୍ଭ କରା ଯାଇଥିଲା। ତେବେ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ବିରୁଦ୍ଧରେ ୧୦ ଜଣ କାଉନ ସିଲର ଭୋଟ ଦେଇଥିଲା ବେଳେ ମୋଟ ୧୩ଜଣ କାଉନ ସିଲରଙ୍କ ମଧରୁ ୩ଜଣ ଅନୁପସ୍ଥିତ ଥିଲେ। ତେବେ ଭୋଟ ଗଣତି ପରେ ୧୦ ଜଣ କାଉନସିଲର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଭୋଟ ଦେଇଥିବାରୁ ଅଧ୍ୟକ୍ଷା ଭୋଟରେ ହାରିଯାଇ ଥିଲେ। ତେବେ ଆସନ୍ତା ୨୩ ତାରିଖରେ ଜିଲ୍ଲପାଳଙ୍କ ନିର୍ଦ୍ଧେଶରେ ସରକାରୀ ଭାବେ ଏହାର ଶୁଣାଣି ହୋଇ ଘୋଷଣା ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
ଅନାସ୍ଥା ବିରୁଦ୍ଧରେ ଭୋଟ ଦେଇଥିବା ଏହି ୧୦ ଜଣ କାଉନସିଲର ହେଲେ ୧ନଂ କାଉନ ସିଲର ଭବାନୀ ଶଙ୍କର ନାହାକ, ୨ନଂ ଭାସ୍କର ବେହେରା, ୩ନଂ କେ ପ୍ରମୋଦ କୁମାର ଆଚାରୀ, ୫ନଂ ସୁଜାତା ବେହେରା, ୭ନଂ ଯମୁନା ବେହେରା, ୯ନଂ ଲିଙ୍ଗରାଜ ବେହେରା, ୧୦ ନଂ ଅର୍ଚନା କୁମାରୀ ପଣ୍ଡା, ୧୨ନଂ ପ୍ରମିତା କୁମାରୀ ପଣ୍ଡା, ୧୩ ଗିରିଜା ବେହେରା, ୧୪ନଂ ତଥା ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ଗତ ପୌର ନିର୍ବାଚନ ପରେ ୨୦୨୨ ଏପ୍ରିଲ ୫ରେ ଅଧ୍ଯକ୍ଷା ଭାବେ ପ୍ରିୟଙ୍କା ଗୌଡ଼ ଦାୟିତ୍ୱ ନେଇଥିଲେ। ତେବେ କାଉନସିଲର ମାନଙ୍କ ସହିତ ତାଙ୍କର ମତଭେଦ ଯୋଗୁଁ ଏପରି ଅବସ୍ଥା ଘଟିଲା ବୋଲି ବହୁ ମହିଳା ଓ ପୁରୁଷ କାଉନସିଲର ଏହା କହିଛନ୍ତି।
ଆଜିର ଏହି ଘଟଣାରେ ପୁରୁଷୋତ୍ତମପୁର ଏନଏସିର ପୂର୍ବତନ ଅଧକ୍ଷ ବାସୁଦେବ ମହାପାତ୍ର, ମନୋଜ ଗୌଡ଼, ବାଳକୃଷ୍ଣ ଦାଶ, ସନ୍ତୋଷ କୁମାର ପଣ୍ଡା, ସୁଦର୍ଶନ ବେହେରା, ବିଜେପିର ଘୁମୁସର ଜିଲ୍ଲା ସାଧରଣ ସମ୍ପାଦକ ଅନିଲ ଜୁମରପଣ୍ଡା, ଆସ୍କା ଲୋକସଭା ପ୍ରଭାରୀ ଯଜ୍ଞ ନାରାୟଶ ଦାଶ, ସଂକର୍ଷଣ ନାହାକ, ମନୋଜ କୁମାର ପ୍ରଧନ, ସଂକଲେଶ୍ୱର ଦାଶ, ନିରଞ୍ଜନ ନାୟକଙ୍କ ସହିତ ପୁରୁଷୋତ୍ତମପୁର ଏବଂ ଖଲ୍ଲିକୋଟ ଅଞ୍ଚଳର ବହୁ ବିଜେପି ନେତା କର୍ମୀ ଉପସ୍ଥିତ ଥିଲେ।