ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ପୋଖରୀବନ୍ଧ ଠାରେ ଦ୍ୱିତୀୟ ବର୍ଷ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାପୂଜା କମିଟି ସଭାପତି କମିଟି ସଭାପତି କୁଳମଣି ବଣୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତବର୍ଷ ଭଳି ଏହି ବର୍ଷ ମଧ୍ୟ୍ୟ ଭବ୍ୟ କଳସ ଯାତ୍ରା ସମେତ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ଆଲୋଚନା କରାଯାଇଥିଲା। ତେବେ ଏଥିରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ଭାବେ ପ୍ରସ୍ତୁତି କରାଯିବା ସହ ପୂଜା କମିଟି ସଦସ୍ୟଙ୍କ ସହାୟତା ନେବା ପାଇଁ ନିଷ୍ପତି ହୋଇଥିଲା। ଉକ୍ତ ବୈଠକରେ ମାଁ ହୀରାନିଳା ଷ୍ଟୋନ କ୍ରସର ପକ୍ଷରୁ ରମେଶ ଚନ୍ଦ୍ର ସାହୁ, ସନାତନ ବିଶି, ଭବାନୀ ଶଙ୍କର ବାଣୁଆ, ବିକ୍ରମାଦିତ୍ୟ ବାରିକ,ଜୟମୁନି ବେହେରା, ଭଗବାନ ରାଉତ, କର୍ଣ୍ଣ ମାଝୀ, ତିରୁପତି ପାତ୍ର, ପବିତ୍ର ବିଭାର, ଦେବାନନ୍ଦ ବେହେରା, ଶୁଶାନ୍ତ ନାୟକ, ପ୍ରକାଶ ଡବାଙ୍କ ସମେତ ଦୁର୍ଗାପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ।