କୋକସରାରୁ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟରେ ବିଜେପି ସରକାରକୁ ଆସିଲେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବ ଓ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ସହାୟତା କରିବାକୁ ଘୋଷଣା କରିଥିଲେ। ଏବେ ସୁଭଦ୍ରା ଯୋଜନା ଲାଗୁ ହେବା ପରେ ସବୁଆଡେ ମହିଳା ମାନେ ଆବେଦନ କରୁଛନ୍ତି। ଏହି ଯୋଜନାର ସ୍ୱଚ୍ଛ ଓ ସୁବିଧାରେ କିପରି ଲୋକେ ଉପକୃତ ହେବେ ସେନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା ଜାରି ରହିଛି। ଏହି କ୍ରମରେ ଆଜି କୋକସରା ବ୍ଲକ ପରିସରରେ ଜୟପାଟଣାରୁ ଆସିଥିବା ସୁଭଦ୍ରା ଯୋଜନା ସଚେତନତା ରଥକୁ ଭବ୍ୟ ସ୍ୱାଗତ କରି ବିଡ଼ିଓ ସ୍ନେହପ୍ରଭା ମାଝୀ, ସିଡିପିଓ ସରୋଜା ଦେବୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅଙ୍ଗନବାଡି କର୍ମୀ, ମିଶନ ଶକ୍ତି କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ରହିଥିଲେ। ଏହି ରଥ ଆଜି ବ୍ଲକର କୋକସରା, ମାଝୀଗୁଡା, ରେଙ୍ଗାଳପାଳି, କୋଉଡୋଲା ପଞ୍ଚାୟତର ସମସ୍ତ ଗ୍ରାମରେ ପରିକ୍ରମା କରିଥିବା ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.