ନର୍ଲା ନବୋଦୟ ବିଦ୍ୟାଳୟ ପାର୍ଶ୍ଵରେ ହାତୀର ମୃତଦେହ ଠାବ; କାରଣ ଅସ୍ପଷ୍ଟ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୁଣି ସଙ୍କଟରେ ଗଜରାଜ। ରାଜ୍ୟରେ ହାତୀ ମୃତ୍ୟୁ ହାର ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ନେଇ ଅନେକ ତର୍ଜମା ଚାଲିଥିଲେ ମଧ୍ୟ ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ସରକାର ଓ ବନ ବିଭାଗ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନର୍ଲା ସଦର ମହକୁମାରୁ ମାତ୍ର ଦୁଇ କିଲୋମିଟର ଦୂର ନବୋଦୟ ବିଦ୍ୟାଳୟ ପାର୍ଶ୍ୱସ୍ଥ ଛିଟକେଲ ଜଙ୍ଗଲରେ। ଏଠାରେ ଏକ ହାତୀର ମୃତଦେହ ଠାବ ହୋଇଛି। ନର୍ଲାରେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ହୋଇଗଲାଣି ହାତୀ ଆତଙ୍କ ଲାଗି ରହିଛି। ବଣୁଆ ହାତୀପଲ ଓ ଚାଷୀଙ୍କ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ। ହାତୀପଲ ଚାଷ ଧ୍ଵଂସ କରୁଛନ୍ତି। କ୍ଷତିରେ ସହୁଛି ଚାଷୀ। ଏହିକ୍ରମରେ ଗତ କାଲି ଗୁରୁବାର ଏକ ଚାରି ଟିକିଆ ହାତୀପଲ ନର୍ଲା ନବୋଦୟ ପାର୍ଶ୍ୱସ୍ଥ ଛିଟକେଲ ଡଙ୍ଗର ରୁ ଆସି ତଳେ ଥିବା ଚାଷ ଜମିରେ ଫସଲ ଖାଉଥିବା ସ୍ଥାନୀୟ ଚାଷୀ ପ୍ରକାଶ କରିଛନ୍ତି। ଆଜି ଶୁକ୍ରବାର ସକାଳୁ ଏକ ମାଈ ହାତୀ ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର କରିଥିଲେ। ବନ ବିଭାଗର ନର୍ଲା ଫରେଷ୍ଟର ଭବାନୀ ନାଏକ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରେଞ୍ଜର ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଖବର କରିଥିଲେ। ଘଟଣା ସ୍ଥଳରେ ଅଧିକାରୀ ମାନେ ପହଞ୍ଚି ହାତୀ ମୃତ୍ୟୁ ଘଟଣାର ତଦନ୍ତ ଚଲେଇ ଥିବାବେଳେ ଏହାର ପ୍ରକୃତ କାରଣ ଜଣା ପଡିନାହିଁ। ଉକ୍ତ ଚାରି ଟିକିଆ ହାତୀ ପଲରେ ଗୋଟିଏ ଦନ୍ତା, ଗୋଟିଏ ପିଲା ହାତୀ ଓ ଦୁଇଗୋଟି ମାଈ ହାତୀ ଥିଲେ। ସେଥି ମଧ୍ୟରୁ କୌଣସି କାରଣରୁ ଗୋଟିଏ ମାଈ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରକାଶ ଯୋଗ୍ୟଯେ ବିଦ୍ୟୁତ ତାର ହାତୀ ମରିଥିବା ସ୍ଥାନରୁ ବହୁତ ଦୂରରେ ରହିଛି। ଏଣୁ ହାତୀ ମୃତ୍ୟୁର କାରଣ ଏଯାଏଁ ଜଣା ପଡିନାହିଁ ବୋଲି ବନ ବିଭାଗ ଅଧିକାରୀ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.