ତାରାତାରିଣୀ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ପାଠ ଚକ୍ର ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟ ରେ ନବାଗତ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର, ଛାତ୍ରୀ ମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଓ ପରବର୍ତୀ ସାନୟରେ ପାଠଚକ୍ର ଉତ୍ସବ ଭାରପ୍ରାପ୍ତ ଅଧକ୍ଷା ସନ୍ଧ୍ୟାରାଣୀ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଦେଶାନ୍ତର ଓ ଅର୍ଥନାୟିତିକ ବିକାଶ ଉପରେ ନିବନ୍ଧ ଶେଷ ବର୍ଷ ଛାତ୍ରୀ ସ୍ଵର୍ଣପ୍ରଭା ନାହାକ ଉପସ୍ଥାପନ କରିଥିଲେ । ଏହି ନିବନ୍ଦଟିକୁ ଦିଗଦର୍ଶନ ଦେଇଥିଲେ ଅଧ୍ୟାପିକା ମିନାକ୍ଷୀ ଦାଶ ।

Omkar Vasthu
Omkar Vasthu

ଦେଶାନ୍ତର ଯୋଗୁ ଦେଶର ଦୃଢ଼ ଅର୍ଥନୟିତିକ ହୋଇଥାଏ ବୋଲି ମୁଖ୍ୟ ଅତିଥି ତଥା ସାଧନ କର୍ମୀ ଶ୍ରୀଯୁକ୍ତ ଅରବିନ୍ଦ ପଣ୍ଡା ମତପୋଷଣକରିଥିଲେ । ଏହି ପାଠଚକ୍ର ରେ ବିଭଗିୟ ମୁଖ୍ୟ ଶ୍ରୀରାମ ମିଶ୍ର, ପ୍ରସାଦ କୁମାର ବେହେରା ଅଂଶ ଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ବିଗତ ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନୁକୂଲ୍ୟ ରେ ଅନୁଷ୍ଠିତ ଶେଷ ବର୍ଷ ପରୀକ୍ଷା ରେ ଅର୍ଥନୀତି ବିଭାଗରେ କୃତିତ୍ଵ ହାସଲ କରିଥିବା କିସ୍ମିତା କୁମାରୀ ନାହାକ, ପିନୁ ପରିଡା, ଓ ଦୀପକ କୁମାର ବେହେରାଙ୍କୁ ଅଧକ୍ଷା ଶ୍ରୀମତୀ ପାତ୍ର ସମ୍ମାନିତ କରିଥିଲେ । ଏହି ଉତ୍ସବରେ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ତଥା ପାଠଚକ୍ର କାର୍ୟ୍ଯକର୍ମ ସୁପରିଚାଳନାରେ ପାଠଚକ୍ର ସମ୍ପାଦକ ଶୁଭମ କୁମାର ସାବତ ଓ ସହ ସମ୍ପାଦକ ଗଙ୍ଗା ପାତ୍ର,ଦିନେଶ ବେହେରା ସାହାଯ୍ୟ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.