ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ଜୁନାଗଡର ଲାଇଫ ଲାଇନ କୁହାଯାଉଥିବା ବେଳେ ରାସ୍ତା କଡର ବ୍ଲକ ଅଫିସ ନିକଟସ୍ଥ ରାସ୍ତା କଡ଼ରେ କର୍ଦ୍ଦମା ଲଟପତ୍ ହେଉଥିବା ଅଭିଯୋଗ ହୋଇଥିଲା। ଯେଉଁ ସ୍ଥାନରେ କି ଜୈନିକ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ପ୍ରତେହ ଶହ ଶହ ରୋଗୀ ଉକ୍ତ ନର୍ଦ୍ଦମାକୁ ପାର ହୋଇ ଚିକିତ୍ସା ପାଇଁ ଆସୁଥିଲେ। ଏ ଅଭିଯୋଗକୁ ନେଇ ସେପ୍ଟେମ୍ୱର ୧୬ ତାରିଖ ଦିନ ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରସାରଣ କରାଯାଇଥିଲା। ଖବର ପ୍ରସାରଣ ପରେ ବର୍ତ୍ତମାନ ଜୁନାଗଡ ଏନ୍ଏସି କାର୍ଯ୍ୟାଳୟ ତତ୍ପରତା ଦେଖେଇଥିବା ନଜରକୁ ଆସୁଛି। ଆଜି ଅପରାହ୍ନରେ ଏନ୍ଏସି ଇ.ଓ., କନିଷ୍ଠ ଯନ୍ତ୍ରୀ, ସାନିଟେସନ ଏକ୍ସପର୍ଟ, ୧୨ ନମ୍ବର ପାରିଷଦ ପ୍ରମୁଖ ଉକ୍ତ ସ୍ଥାନରେ ପହଞ୍ଚି ସମସ୍ୟାର ସମାଧାନ କରୁଥିବା ଦେଖିବାକୁ ମିଳିଛି। ଅନେକ ଲୋକ ନିଜ ସୁବିଧା ପାଇଁ ଡ୍ରେନ ଉପରେ ଙ୍କକ୍ରିଟ୍ ଢାଳି ଦେଉଛନ୍ତି, ମାଟି ପୋତି ଦେଉଛନ୍ତି, ସକେଟ ଦେଇ କି ପାଣି ଛାଡୁ ନାହାନ୍ତି, ଅଳିଆ ଆବର୍ଜନା ଛାଡି ଦେଉଛନ୍ତି, ଡ଼ଷ୍ଟବିନ୍ ବ୍ୟବହାର କରୁନାହାନ୍ତି। ଯଦ୍ଵାରା ଡ୍ରେନ୍ ବ୍ଲକେଜ୍ ହେବା ସହ ବିଭିନ୍ନ ସମସ୍ୟା ଉପୁଜୁଛି। ତେଣୁ ,ରାସ୍ତା କଡ଼ରେ ଥିବା ଦୋକାନୀ ଓ ଜନସାଧାରଣ ମଧ୍ଯ ସ୍ବଚ୍ଛତା ଉପରେ ସଚେତନ ହେବା ସହ ସହଯୋଗ କଲେ ଏଭଳି ସମସ୍ୟା ଶୀଘ୍ର ଦୂର ହୋଇ ପାରନ୍ତା ବୋଲି ଏନଏସି ଟିମ୍ ପ୍ରକାଶ କରିଛନ୍ତି।