ମୂଷାନାଳରେ ମହୁମାଛି ଆକ୍ରମଣ; ୩୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଆହତ, ଡାକ୍ତରଖାନାରେ ଭର୍ତ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତ ୨୧ ତାରିଖ ଶନିବାର ଦିନ ଲାଞ୍ଜିଗଡ ବ୍ଳକ ବେନଗାଁ ପଞ୍ଚାୟତ ବେତିଆପଡା ଗାଁର ବୁର୍ଜା ମାଝୀ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ଗ୍ରାମର ଆଉ ୪ ଜଣ ଆହତ ହୋଇଥିଲେ।ଏହି ଘଟଣାର ମାତ୍ର ୪ ଦିନ ପରେ ପୁଣି ଆଜି ସୀମାନ୍ତ ପଞ୍ଚାୟତ ଲାଞ୍ଜି ଠାରେ ମହୁମାଛି ଆକ୍ରମଣରେ ୩୦ରୁ ଉର୍ଦ୍ଧ ମହିଳା ଗୁରୁତର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଞ୍ଜିଗଡ଼ ବ୍ଳକର ଏହି ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ମୂଷାନାଳ ସ୍ଥିତ ଆମ୍ବ ତୋଟାରେ ପଧାନ ଏନଜିଓ ପକ୍ଷରୁ ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହେଉଥିବା ବେଳେ ଉକ୍ତ ସଭାରେ ୩୦୦ ଶହରୁ ଉର୍ଦ୍ଧ୍ବ ମହିଳାଙ୍କୁ ଯୋଗ ଦେବାକୁ ରହିଥିଲା।ଏଥିରେ ଭୋଜି ଭାତର ଆୟୋଜନ ମଧ୍ୟ ରହିଥିଲା।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ମୂଷାନାଳ, ଲାଞ୍ଜି, ସିନ୍ଧିପଦର, କାଣ୍ଡାମା, ମଠାଗୁଡା, ଦଣ୍ଡିଗୁଡା, ବାବୁରଗୁଡାର ଗାଁର ଶତାଧିକ ମହିଳା ମାନେ ଏକ ଶୋଭାଯାତ୍ରାରେ ବାହାରି ମୂଷାନାଳ ସହର ପରିକ୍ରମା କରି ବୈଠକ ସ୍ଥଳକୁ ପହଞ୍ଚି ଚାଷ ପାଇଁ ପ୍ରଶିକ୍ଷଣ ନେବା ସହ ଆଲୋଚନା କରିବା ସମୟରେ ହଟାତ ମହୁମାଛି ଆସି ଆକ୍ରମଣ କରିଥିଲେ। ଫଳରେ ୩୦ରୁ ଉର୍ଦ୍ଧ ମହିଳା ଓ ଏନଜିଓ ପୁରୁଷ କର୍ମଚାରୀ ମହୁମାଛିର ଆକ୍ରମଣର ଶିକାର ହୋଇଥିଲେ।ସେଥି ମଧ୍ୟରୁ ୨୪ ଜଣ ଆହାତଙ୍କୁ ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସିତ କରିବା ପରେ ନିଜ ଇଛା ଅନୁସାରେ ୭ ଜଣଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.