ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଜି ଡାକ୍ତରଖାନା ପରିସର ସଫେଇ କରାଯାଇଥିଲା।

ଉଲୁଣ୍ଡା ଯୁବ ମହାସଂଘର ସଭାପତି ମହେଶ ରଂଜନ ପୁରୋହିତଙ୍କ ସହ ମହାସଂଘର ସଦସ୍ୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରେ ପରେ ସ୍ଵଚ୍ଛତା ଶପଥ ପାଠ କରା ଯାଇଥିଲା ଏବଂ ସ୍ୱଭାବ ସ୍ଵଚ୍ଛତା, ସଂସ୍କାର ସ୍ଵଚ୍ଛତା ଉପରେ ଆଲୋଚନା କରା ଯାଇଥିଲା।

ସମଗ୍ର କାର୍ଯ୍ୟକ୍ରମଟି ଜନସ୍ବାସ୍ଥ୍ୟ ସଂସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଯୋଜନା ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଶେଖର ସେଠୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଆକାଉଣ୍ଟ ପରିଚାଳକ କ୍ଷୀରୋଦ କୁମାର ସାହୁ, ତଥ୍ୟ ପରିଚାଳକ ରାଜେନ୍ଦ୍ର କୁମାର ଦେହୁରୀ ପ୍ରମୂଖ ଆୟୋଜନରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.