୪୨ମୌଜାର ମୌଳିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି

ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦୈଶନାରେ କଳପଡ଼ା ଗ୍ରାମପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ଜନ ଶୁଣାଣି  କାର୍ଯ୍ୟକ୍ରମ। ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ସମାଧାନ ଓ ନୂତନ ପ୍ରକଳ୍ପ ପାଇଁ ବିଧାୟକଙ୍କୁ ଭେଟି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା। ଦାବୀ ମଧ୍ୟରେ ରହିଛି – ୪୨ମୌଜା ବ୍ରିଜ ଆରମ୍ଭରୁ ବେଣ୍ଟକାର ଛକ ପର୍ଯ୍ୟନ୍ତ ଗାଈ ଗୋରୁ ଓ ଷଣ୍ଢ ମାନଙ୍କ ଦ୍ଵାରା ରାସ୍ତା ଅବରୋଧ ହେଉଛି  ତେଣୁ ଏହି ଦୁର୍ଦ୍ଦଶାର ସମାଧାନ କରିବା। ଝିଙ୍କିରିଆ ଠାରୁ ଚାନ୍ଦୁଲି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଅଲୋକୀକରଣ ନଥିବାରୁ ରାତ୍ର ସମୟେ ପଥଚାରୀ ମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତେଣୁ ଏହି ସମସ୍ୟାର ସମାଧାନ କରିବା, ୪୨ମୌଜା ସ୍ତରରେ ଏକ ଅଡିଟୋରିୟମ ନଥିବାରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ନିମନ୍ତେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଏହାର ନିର୍ମାଣ ଏବଂ ୪୨ମୌଜାର ପୌରାଣିକ ତଥା ଐତିହାସିକ ସ୍ଥାନ ବଳି ବାମନ ପୀଠ ଠାରେ ଏକ ବନ ଉଦ୍ୟାନ କରାଗଲେ ତାହାର ସୁଫଳ ୪୨ମୌଜା ଅଧିବାସୀ ତଥା ସମଗ୍ର କଟକ ସଦର ଅଞ୍ଚଳବାସୀ ଉପକୃତ ହେବେ ବୋଲି ଦାବୀ ପତ୍ରର ମୁଖ୍ୟାଂଶ ରହିଛି। ବିଧାୟକ ଦାବୀପତ୍ରର ଗୁରୁତ୍ୱକୁ ହୃଦୟଙ୍ଗମ କରି ଏହାର ବିହୀତ ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ସୁପାରିସ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.