ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: କଣ୍ଟାମାଲ ବ୍ଲକ ପଲସାଗୋରା ପଂଚାୟତ କୁଣ୍ଡାମାଲ ନୋଡାଲ ହାଇସ୍କୁଲ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅବସରରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଳଭଦ୍ର ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଣ୍ଟାମାଲ ବିଇଓ ସାନୋଜ କୁମାର ସେଠି ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ହିଁ ଶିକ୍ଷାର ମୁଖ୍ୟଲକ୍ଷ୍ୟ ବୋଲି କହିଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଏବିଇଓ ଦୁର୍ଗାଚରଣ ପ୍ରଧାନ, ଉଦ୍ଧବ ମହାଳିକ, ଲକ୍ଷ୍ମୀ ମଲ୍ଲିକ, ବିଦ୍ୟାଳୟ ସଭାପତି ପ୍ରହଲ୍ଲାଦ ସାହୁ, ସମାଜସେବୀ ରାମଜି ପାଢ଼ୀ ପ୍ରମୁଖ ଯୋଗଦେଇ ଥିବା ବେଳେ ପ୍ରଭାତ ଖମାରୀ ମଞ୍ଚ ପରିଚାଳନା କରିଥିଲେ । କୁଇଜ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।