ଖଇରମାଳରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନ ଖଇରମାଳ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଖଇରମାଳରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଖଇରମାଳ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଫିରୋଜ କୁମାର ପଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।

ସରକାରୀ ଉ.ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ନିଆଲଙ୍କ ସଭାପତିତ୍ୱରେ ଭକ୍ତ ଉତ୍ସବରେ କୁରୁମେଲ ଗ୍ରା.ପ. ସରପଞ୍ଚ ସୁଭଦ୍ରା ମାଝୀ ମୁଖ୍ୟ ଅତିଥି, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁବେର ଚନ୍ଦ୍ର ନାଏକ ମୁଖ୍ୟବକ୍ତା ଏବଂ ଖଇରମାଳ ଗ୍ରାମର ସମାଜସେବୀ ଡାକଋଷି କୁମାର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଖଇରମାଳ କ୍ଲଷ୍ଟର ଅନ୍ତର୍ଗତ ୧୦ ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। 

ସରକାରୀ ପ୍ରାଥମିକ ବିଦ୍ୟାଳୟ,ବମକର ସହକାରୀ ଶିକ୍ଷକ ଉଗ୍ରସେନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଘାସିରାମ ଖାଡଙ୍ଗା, ଚୌଧୁରୀ ମାଝୀ, ପୁଷ୍ପା ସାହୁ, ଲକ୍ଷ୍ମୀ ପଟ୍ଟନାୟକ, ସୁଶାନ୍ତ କୁମାର ମେହେର, ସୁଶାନ୍ତ କୁମାର ଛତ୍ରିଆ, ନିହାର ରଞ୍ଜନ ଶାନ୍ତି, ବିଶ୍ବମ୍ବର ନାଏକ, ପୁଷ୍ପଲତା କୁମାର, ଅକୃର ନାଏକ, ଅମର ସିଂ ମାଝୀ, ସତ୍ୟନାରାୟଣ ମାଝୀ ପ୍ରମୁଖ ଯୋଗ ଦେଇ ସୁରଭି-୨୦୨୪ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତା ଆୟୋଜନରେ ସାହାଯ୍ୟ କରିଥିଲେ। 

ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସାଟିଫିକେଟ ପ୍ରଦାନ ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କ୍ଲଷ୍ଟର ସଂଯୋଜକ ଶ୍ରୀ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.