କ୍ରୀଡ଼ାବୀତ୍ ବଳରାମ ପଣ୍ଡାଙ୍କ ବିୟୋଗ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମଝିପଡ଼ାର ବରିଷ୍ଠ ନାଗରିକ ତଥା କ୍ରୀଡାବିତ ବଳରାମ ପଣ୍ଡାଙ୍କ ହୃଦଘାତରେ ୭୯ ବର୍ଷ ବୟସରେ ବିୟୋଗ ହୋଇଯାଇଛି। ଯୁବ ସଂଗଠକ, କାଉନସିଲର ତଥା ଜିଲ୍ଲା ଯୋଜନା ବୋର୍ଡର ସଦସ୍ୟ ପୀୟୂଷ ପଣ୍ଡାଙ୍କ ପିତା ବଳରାମ ପଣ୍ଡାଙ୍କ ବିୟୋଗରେ ସୋନପୁର ଅଞ୍ଚଳରେ ଶୋକ ଖେଳିଯାଇଛି। ଶ୍ରୀ ପଣ୍ଡା ଜଣେ ଅତି ସରଳ, ଉଦାର ଓ ମେଳାପି ବ୍ୟକ୍ତି ଭାବେ ଜଣାଶୁଣା ଥିବା ବେଳେ ସେ ଜଣେ ଆଗ ଧାଡି ର ଫୁଟବଲ୍ ଓ ଭଲିବଲ ଖେଳାଳି ଭାବେ ଖୁବ୍ ଜଣାଶୁଣା ଥିଲେ। ସୋନପୁର, ବୀର ମହାରାଜପୁର, ପାଟଣାଗଡ଼, ଟିଟିଲାଗଡ ଠାରେ ଉପ ନିବନ୍ଧକ କାର୍ଯ୍ୟାଳୟ ଠାରେ ବରିଷ୍ଠ କିରାଣୀ ଭାବେ ସେ ନିଷ୍ଠାର ସହ କାର୍ଯ୍ଯ କରି ଆସିଥିବା ବେଳେ ୧୯୬୪ ମସିହାରେ ମହାରାଜା ହାଇସ୍କୁଲରେ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ ସ୍କୁଲ୍ ଓ ସୋନପୁର କଲେଜରେ ଛାତ୍ର ନେତା ଭାବେ ବି ଖୁବ୍ ପରିଚିତ ଥିଲେ। ଏବଂ ଚାଷ ଓ ଗୋ ସେବା କାର୍ଯ୍ଯକୁ ଭଲ ପାଇବା ସହ ପ୍ରତ୍ୟେକ ମଣିଷକୁ ସେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଓ ଖୁବ୍ ଆଦର କରୁଥିବା ଜଣେ ଭଲ ମଣିଷ ଥିଲେ ଶ୍ରୀ ପଣ୍ଡା। ମଝିପଡ଼ାରେ କାଳୀପୂଜା, ନାମଯଜ୍ଞ ଓ ପ୍ରତ୍ୟେକ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଯୁବ ବୟସରୁ ସକ୍ରିୟ ଭାବେ ଦାୟିତ୍ବ ନିଭାଇ ଥିଲେ। ସୋନପୁର ଶ୍ରୀ ରାମେଶ୍ବର ଶ୍ମଶାନ ଘାଟରେ ସ୍ୱର୍ଗତ ପଣ୍ଡାଙ୍କ ଅନ୍ତିମ ସଂସ୍କାର କରଯାଇଥିବା ବେଳେ ବଡ ପୁଅ ପ୍ରିତମ୍ (ରକି) ମୁଖଗ୍ନୀ ଦେଇଥିଲେ। ଶ୍ରୀ ପଣ୍ଡାଙ୍କ ଧର୍ମପତ୍ନୀ, ଉଭୟ ପୁତ୍ର, ପୁତ୍ର ବଧୂ, ତିନି ଭଉଣୀ ଓ ଜ୍ବାଇଁ, ନାତି ନାତୁଣୀଙ୍କ ସମେତ ପୌର ଅଧ୍ୟକ୍ଷା, ସହରର ବହୂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ରାମଧୁନ କ୍ଳବର ସମସ୍ତ ସଦସ୍ୟ, କ୍ରୀଡ଼ା ଓ ବିଭିନ୍ନ ସଙ୍ଗଠନର ସଭ୍ୟ ଶ୍ରୀ ପଣ୍ଡା ଙ୍କ ଅନ୍ତିମ ଦର୍ଶନ କରିଥିଲେ। ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ପୌର ପରିଷଦ ଅଧ୍ୟକ୍ଷା, ପ୍ରାକ୍ତନ ଅଧ୍ୟକ୍ଷଙ୍କ ସମେତ ବହୂ ବିଶିଷ୍ଟ ବ୍ୟକ୍ତି ଏ ଖବରରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.