କିଡିଙ୍ଗ ଛକ ନିକଟରେ ଫସିଲା ମାଲବାହୀ ଟ୍ରକ : ପାଞ୍ଚ ଘଣ୍ଟା ଯାତାୟତ ଠପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ କିଡିଙ୍ଗ ନିକଟରେ ଦୁଇଗୋଟି ନୀଳଗିରି ବୋଝେଇ ଟ୍ରକ ଫସିଯିବାରୁ ଆଜି ଦୀର୍ଘ ପାଞ୍ଚ ଘଣ୍ଟା ଯାଏଁ ଏହି ରାସ୍ତାରେ ଯାତାୟତ ଠପ ହୋଇଯାଇଥିଲା। ଖବର ପାଇ ସିକେରକୁପା ପୁଲିସ ଘଟଣାସ୍ଥଳରେ ପଞ୍ଚିବା ସହିତ ରାସ୍ତା ଅବରୋଧ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ରାସ୍ତା ମଝିରେ ଦୁଇଟି ଟ୍ରକ ଫସି ରହିଥିବାରୁ ସମସ୍ୟା ଦେଖାଦେଇଥିଲା। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ଟ୍ରକ ଦୁଇଟି ରାସ୍ତାରୁ ହଟିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.