ସରସ୍ବତୀ ଶିଶୁମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ପରିସରରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆଙ୍କ ତତ୍ତ୍ବାବଧାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଉତ୍ସବକୁ ଶ୍ରୀମତୀ ପ୍ରମୋଦିନୀ ସାହୁ ପରିଚାଳନା କରିଥିଲେ | ଶ୍ରୀମତୀ ପ୍ରଜ୍ଞାରାଣୀ ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | ଆଜିର ଏହି ଉତ୍ସବରେ ଶ୍ରୀମା ଗୁରୁମା ଜାତିରପିତା ଗାନ୍ଧୀଜୀଙ୍କ ବିଷୟରେ କିଛି କଥା କହିଥିଲେ ଓ ରିତାଞ୍ଜଳୀ ଗୁରୁମା ଲାଲବାହାଦୁର ଶାସ୍ତ୍ରୀଙ୍କ ବିଷୟରେ କିଛି କଥା କହିଥିଲେ | ଏହି ଉତ୍ସବରେ ସମସ୍ତ ଗୁରୁଜୀ ଗୁରୁମା ଓ ଶିଶୁ ଭାଇ ଭଉଣୀ, ମଉସା ମାଉସୀ ଯୋଗ ଦେଇଥିଲେ |ପରିଶେଷରେ ଗୁରୁମା ଶ୍ରଦ୍ଧାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.