ରୁପ୍ରାରୋଡ ବୈଷ୍ଣବୀ ଧାମରେ ଶାରଦୀୟ ନବରାତ୍ର ପୂଜା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବୈଷ୍ଣବୀ ଧାମରେ ଚାଲିଛି ନବରାତ୍ରୀ ଉପାସନା। ବୈଦିକ ମନ୍ତ୍ରପାଠରେ ମନ୍ଦିର ପରିସର ଗୁଞ୍ଜରିତ ହୋଇ ଉଠୁଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦେବୀଙ୍କ ଦର୍ଶନ ସହ ପୂଜାପାଠ କରୁଛନ୍ତି। ରାତିରେ ଭକ୍ତମାନଙ୍କ ଦାଣ୍ଡିଆ ନୃତ୍ୟରେ ରଙ୍ଗିନ ହୋଇ ଉଠିବ ବୈଷ୍ଣବୀ ଧାମର ରାତି। ରୁପ୍ରାରୋଡ଼ ହାଡୋଦିଆ ପରିବାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୯ଦିନ ବ୍ୟାପି ନବରାତ୍ର ଉପାସନା ରିତି ନିତି ଅନୁସାରେ ଚାଲିଥିବା ବେଳେ ଏଥିରେ ସାଗରମଲ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ସୂରଜ ଦେବୀ  କର୍ତ୍ତା ଦାଇତ୍ୱ ନିର୍ବାହ କରୁଛନ୍ତି, ଏଥିରେ ସହଯୋଗ କରୁଛନ୍ତି ଦେବେଶ ଅଗ୍ରୱାଲ। ଦେବୀଙ୍କ ନବରାତ୍ର ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି ଆହ୍ଲାବାଦରୁ ଆସିଥିବା ପରିବ୍ରାଜକ ଆଚାର୍ଯ୍ୟ ଜତିନ ମିଶ୍ର, ତାଙ୍କୁ ସହଯୋଗ କରୁଛନ୍ତି ବନାରସର ମଣି ଶଙ୍କର ପାଣ୍ଡେ। ପ୍ରଦୀପ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ଅମିତ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ଅଶୋକ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ତେବେ ପୂର୍ଣ୍ଣାହୁତି ଦିନ ଭଣ୍ଡାରାର ଆୟୋଜନ କରାଯିବ ଓ ସମସ୍ତ ଭକ୍ତଜନ ପ୍ରସାଦ ପାଇବେ ବୋଲି ହାଡୋଦିଆ ପରିବାରର ବରିଷ୍ଠ ସଦସ୍ୟ ଅନୀଲ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.