ଘିକୁଣ୍ଡି ଗାଁରେ ଦୃର୍ବୁତ୍ତ ଜାଳିଦେଲେ ଗୋ-ସେବାଶ୍ରମ, ୪୦ ରୁ ଉର୍ଦ୍ଧ୍ବ ଗୋରୁ ବେସାହାରା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘିକୁଣ୍ଡି ଗାଁରେ ଥିବା ମାଁ ମାହେଶ୍ୱରୀ ଗୋ ସେବାଶ୍ରମକୁ କିଛି ଦୃର୍ବୁତ୍ତ ଜାଳି ଦେବା ସହିତ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀକୁ ମାରଣାସ୍ତ୍ର ଦେଖେଇ ହତ୍ୟା ଧମକ ଦେବା ବୀରମହାରାଜପୁର ଥାନାରେ ଗୋ ସେବକ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu

ରାଜ୍ୟ ରେ ମୋହନ ମାଝୀ ସରକାର ଗୋ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରିବା ସହିତ ରାଜ୍ୟର ପ୍ରତି ବିଧାନସଭା କ୍ଷେତ୍ରରେ ଗୋ ସେବା କେନ୍ଦ୍ର କରିବାକୁ ସମସ୍ତ ବିଧାୟକ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ଥିବା ଗୋ ସେବା କେନ୍ଦ୍ର ଓ ଗୋ ସେବକଙ୍କ ଉପରେ ଆକ୍ରମଣ ଏବଂ ଗୋ ଚାଲାଣ ଚାଲିଥିବା ଅଭିଯୋଗ ହେଇ ଆସୁଛି। ପ୍ରାପ୍ତ ସୂଚନା ଅନୁସାରେ ବୀରମହାରାଜପୁର ଥାନା ଘିକୁଣ୍ଡୀ ଗାଁରେ ଗୁଞ୍ଜିପାଲି ଗାଁର ମଧୁସୂଦନ ମହାକୁରଙ୍କ ମାଲିକାନାରେ ଥିବା ମା ମାହେଶ୍ୱରୀ ଗୋ ସେବାଶ୍ରମରେ ଗୁଞ୍ଜିପାଲି ଓ ଘିକୁଣ୍ଡ ଗାଁର ୩ ଜଣ ବ୍ୟକ୍ତି ଗତ ନିର୍ବାଚନ ରେ ମଧୁସୂଦନ ବ୍ୟକ୍ତିଗତ ଭାବେ ବିଜେପି ସମର୍ଥକ ହୋଇଥିବାରୁ ତାଙ୍କ ଗୋ ସେବାଶ୍ରମକୁ ଯାଇ ଗୋପାଳକ ମଧୁସୁଦନଙ୍କୁ ମାରଣାସ୍ତ୍ର ଦେଖାଇ ଗୋରୁ ଗୁଡ଼ିକ ଗୋ ବେପାରୀକୁ ବିକ୍ରି କରିବା ସହିତ ତତେ ଜୀବନରୁ ମାରିଦେବୁ କହି ମାଡଧର କରିଥିଲା ବେଳେ ବନ୍ଧୁକ ଦେଖେଇ ମାରିଦେବା ଧମକ ଦେବାରୁ ମଧୁସୂଦନ ଜୀବନ ବିକଳରେ ସେଠାରୁ ପଳେଇ ଯାଇଥିଲେ। ପରେ ରାଗରେ ଦୃର୍ବୁତ୍ତ ମାନେ ଆଶ୍ରମରେ ଥିବା ସମସ୍ତ ଗୋରୁ ଗୁଡ଼ିକ ନେଇ ଯିବା ଉଦ୍ଦେଶ୍ୟରେ ଗୁହାଳରୁ ଫିଟେଇ ଦେଇ ମାଡମାରି ଜଙ୍ଗଲରେ ଛାଡି ଦେବା ସହ ଗୋରୁ ମାନଂକ ପାଇଁ ଗଚ୍ଛିତ ଥିବା ଖାଦ୍ୟ ପୁଆଳ, ଦାନା, ତସୁ ସବୁକୁ ନିଆଁ ଲଗେଇ ଦେଇଥିଲେ। ଘଟଣାରେ ଘିକୁଣ୍ଡ୍ ଗାଁର ଅଯୋଧ୍ୟା ବଣ୍ଡକି ଓ ଗୁଞ୍ଜିପାଲି ଗାଁର ଚତୁରୁ ବାଗ ଏବଂ ପ୍ରଦୀପ ମହାକୁର ଥିବା ସୂଚନା ରହିଛି। ପୁଲିସ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଶୋଭାକର ସେଟ ସୂଚନା ଦେଇଛନ୍ତି। ବଜରଙ୍ଗ ଦଳ କର୍ମୀ, ଗୋ ସେବା ଶ୍ରମ କର୍ମଚାରି, ଗ୍ରାମବାସୀ ଓ ଗୋ ସେବକ ଆସନ୍ତା କାଲି ସୁଦ୍ଧା ଆସାମୀ ମାନଙ୍କୁ ପୁଲିସ ଗିରଫ ନ କରେ ତେବେ ଆଗାମୀ ଦିନରେ ଆନ୍ଦୋଳନ ନେଇ ଧମକ୍ ଦେଇଛନ୍ତି। ଏ ନେଇ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ନିର୍ବାଚନ ସରିବା ଅନେକ ଦିନ ହେବ ସହିତ ନୂଆ ସରକାର ଗଠନ ହୋଇ ରାଜ୍ୟ ହିତ ଓ ହିନ୍ଦୁ ସୁରକ୍ଷା, ଗୋ ରକ୍ଷା ନେଇ ବଦ୍ଧ ପରିକର ଥିବା ବେଳେ ଗୋ ମାନଂକ କ୍ଷତି କରିଥିବା ଅପରାଧୀ ମାନଙ୍କୁ କ୍ଷମା କରାଯିବ ନାହିଁ ଆଇନ୍ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.