ସନ୍ତୋଷ ନନ୍ଦ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜୟପାଟଣା ବ୍ଲକ ବଡଟେମରୀ ଗ୍ରୀନ ମାଉଣ୍ଟେନ୍ ଖେଳ ପଡିଆ ଠାରେ ମା’ ଲଙ୍କେଶ୍ବରୀ ଅନୁଷ୍ଠାନ ଆନୁକୂଲ୍ୟରେ ଚାଲିଥିବା ସନ୍ତୋଷ ନନ୍ଦ ମେମୋରିଆଲ ପଞ୍ଚ ଦିବସୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି।

Omkar Vasthu
Omkar Vasthu

ଫାଇନାଲ ଖେଲଟି ଝାରକୁଣ୍ଡାମାଲ ଓ ଭଇଁରିଗୁଡା ଫୁଟବଳ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଝାରକୁଣ୍ଡାମାଲ ୩-୦ ଗୋଲ୍ ସ୍କୋର କରି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ଖେଳ ଶିକ୍ଷକ ତାପସ କୁମାର ଦାସ କ୍ରିଡ଼ା ପରିଚାଳନା କରିଥିବା ବେଳେ ଲାଇନ୍ସମ୍ୟାନ୍ ଭାବେ ସଞ୍ଜୀବ ଦୁର୍ଗା ଓ ଭୂପେନ୍ଦ୍ର ଗୋପାଲ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବାବୁଲାଲ ଶବର ଓ ଦୁଃଶାସନ ଖର୍ସେଲ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଗୌତମ ବିହାରୀ ମୁଖ୍ୟ ଅତିଥି, ତ୍ରିଭୁବନ ମାଝୀ, କର୍ପୁର ନାଏକ, ମଧୁସୁଦନ ବିହାରୀ, ସୁରେଶ ଚନ୍ଦ୍ର ବିହାରୀ, କୃଷ୍ଣ ମୋହନ ସିଂହ, ହେମନ୍ତ ପଲଶିଆ, ନୀଳକଣ୍ଠ ଶବର, ତ୍ରିନାଥ ପାନ, ଯୁଗଳ ରାଉତ, ସମୀର ସାହୁ, ରିଙ୍କୁ ପଟେଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।

ପରେ ଉଭୟ ବିଜେତା ଝାରକୁଣ୍ଡାମାଲ ଓ ଉପବିଜେତା ଭଇଁରୀଗୁଡା ଦଳକୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ମା’ଲଙ୍କେଶ୍ୱରୀ ଅନୁଷ୍ଠାନର ଜୟନ୍ତ ପଟେଲ, ହିମାଂଶୁ ରାଉତ, ଜଗନ୍ନାଥ ଶବର, ଧନବଳ ଶବର, ଦେବ ଶବର, ରୁଷିମଣି ଶବର, ଲାଲମୋହନ ପାନ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.