ଦୁର୍ଘଟଣାଗ୍ରସ୍ତ ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋମବାର ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ସୋନପୁର କୁଞ୍ଜ ଛକ୍ ପାଖରେ ଟ୍ରକ ଚାପାରେ ଜଣେ ସ୍କୁଟି ଆରୋହୀ ଯୁବକଙ୍କ ମୃତ୍ୟ ଘଟିଛି। ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ପ୍ରକାଶ ଯେ ବୌଦ୍ଧ ପଟରୁ ଏକ ଟ୍ରକ ସୋନପୁର ପଟକୁ ଆସୁଥିଲା ବେଳେ ସମାନ ପଟରୁ ଏକ ସ୍କୁଟିରେ ଜଣେ ଯୁବକ ସୋନପୁର ପଟକୁ ଆସୁଥିଲେ। ଯୁବକଙ୍କ ସ୍କୁଟି ଅପର ପଟରୁ ଆସୁଥିବା ଏକ ବାଇକ ସହ ତେଲନଦୀ ସେତୁ ପାଖରେ ଧକ୍କା ହେବାରୁ ସ୍କୁଟି ଆରୋହୀ ଯୁବକ ଜଣକ ଟ୍ରକ ଚକା ତଳେ ପଡି ଯାଇଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଯାଇଛି। ତେବେ ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ପାରିନାହିଁ। ଦୁର୍ଘଟଣା ଘଟାଇ ଟ୍ରକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ସୋନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.