‘ଓଡ଼ିଆ ବାର୍ତ୍ତା’ର ମହାପ୍ରଭାବ; ଲାଗିଲା ସୁରକ୍ଷା ବାଡ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ପଟାଭାଡି କୋଶଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ମାରୁତି ନଗରରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରର ସୁରକ୍ଷା ପାଚେରୀ ନିର୍ମାଣ ହୋଇଛି। ତେବେ ମୁକୁଳା ପଡିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ନେଇ ଅଗଷ୍ଟ ୧୦ ରେ ‘ଓଡିଆ ବାର୍ତ୍ତା’ରେ ଖବର ପ୍ରକାଶିତ ହୋଇଥିଲା। ଉକ୍ତ ଖବରକୁ ସାମାଜିକ କର୍ମୀ ସର୍ଜନ ପାଣ୍ଡେ ଟୁଇଟର ଏବଂ ଓଡ଼ିଶା ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ବିଭାଗ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ମାରୁତି ନଗରର ଏକ ବଡ ସମସ୍ୟାର ସମାଧାନ କରିଥିବାରୁ ମାରୁତି ନଗରବାସୀ ସାମାଜିକ କର୍ମୀ ସର୍ଜନ ପାଣ୍ଡେଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି। ସର୍ଜନ ପାଣ୍ଡେଙ୍କ ଉକ୍ତ ପ୍ରୟାସ କୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.