ବେଟୀ ବଞ୍ଚାଅ ବେଟୀ ପଢ଼ାଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସମ୍ବଲପୁର ପୌରାଞ୍ଚଳ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଉପଲକ୍ଷେ ବେଟୀ ବଞ୍ଚାଅ ବେଟୀ ପଢ଼ାଅ କାର୍ଯ୍ୟକ୍ରମ ପ୍ରକଳ୍ପ ଅଧୀକାରିଣୀ ମୀନତି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଝାଡୁଆପଡା ଠାରେ ଅନୁଷ୍ଠିତ ହୋଇଯାଇଛି l

Omkar Vasthu
Omkar Vasthu

ମୁଖ୍ୟ ଅତିଥି ରୂପେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ ଉପସ୍ଥିତ ରହି କହିଥିଲେ ଯେ, ବେଟୀ ବଞ୍ଚାଅ ବେଟୀ ପଢ଼ାଅ ଅଭିଯାନ ଦ୍ଵାରା ଭୃଣହତ୍ୟାକୁ ବହୁ ମାତ୍ରାରେ ରୋକାଯାଇ ପାରିଛି l ଡାକ୍ତର ସ୍ଵାତି ନାରୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସମାଜସେବୀ ଜ୍ୟୋତି ଶତପଥି, ସୁପରଭାଇଜର ସାଧନା ସିଂ, ସଖୀ କେନ୍ଦ୍ରର ସଂଯୋଜିକା ମୌସୁମି ଦୋରା ପ୍ରମୁଖ ଶିଶୁ କନ୍ଯାଙ୍କ ସୁରକ୍ଷା, କଲ୍ଯାଣ ଏବଂ ଶିକ୍ଷା ଉପରେ ଆଲୋକପାତ କରିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବକ୍ତୃତା ପ୍ରତିଯୋଗୀତାରେ ଅସମିତା ନାୟକ, ଆଦ୍ୟାଶା ଶର୍ମା, ସ୍ଵାଗତିକା ବେହେରା ଓ ପାୟଲ ରାଉତଙ୍କୁ ପୁରସ୍କୃତ କରାଯାଇଥିଲା l ଶିଶୁ କନ୍ଯାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସୁପରଭାଇଜର ଶୈରିନ୍ଦ୍ରୀ ନାୟକ, ସୁଲୋଚନା ଅର୍କଙ୍କ ସମେତ ବହୁ ସଂଖ୍ଯାରେ ଅଙ୍ଗନବାଡି କର୍ମୀ, ସ୍କୁଲ ଓ କଲେଜ ଛାତ୍ରୀ ତଥା ମହିଳା ମାନେ ଉପସ୍ଥିତ ଥିଲେ l 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.