ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ମାମଲା: ହାଇକୋର୍ଟରେ ଖାରଜ ହେଲା ରିଟ୍ ପିଟିସନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ ହୋଇଥିଲା। ସେପ୍ଟେମ୍ବର ୧୨ତାରିଖରେ ଅନସ୍ଥା ଭୋଟ ହୋଇଥିଲ। ତେବେ ସର୍ବମୋଟ ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷାଙ୍କ ୩ ଜଣ ସମର୍ଥିତ ଅନୁପସ୍ଥିତ ରହି ଥିବା ବେଳେ ବିରୋଧୀ ୧୦ ଜଣ ଅନାସ୍ଥା ବିପକ୍ଷରେ ଭୋଟ ଦେଇଥିଲେ। ତେବେ ଫଳାଫଳ ଘୋଷଣା ପୂର୍ବରୁ ଫଳାଫଳକୁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଉପଜିଲ୍ଲାପାଳ ସ୍ତଗିତ ରଖିଥିଲେ। ତେବେ ତାପୂର୍ବରୁ ଅଧକ୍ଷା ପ୍ରିୟଙ୍କା ଗୌଡ଼ ଓ ତାଙ୍କ ସ୍ୱାମୀ ତଥା ୪ନଂ କାଉନ ସିଲର ଅଶୋକ କୁମାର ମହାଙ୍କୁଡ, ଏବଂ ୬ନଂ କାଉନସିଲର ସୁଦଷ୍ଣ ବେହେରା ଓ ୧୧ନଂ କାଉନସିଲର ଅରୁଣ କୁମାର ମହାଙ୍କୁଡ ମିଶି ହୋଇକୋର୍ଟଙ୍କ ଦ୍ୱାରସ୍ତ ହୋଇ ରହିତାଦେଶ ବିରୁଦ୍ଧକୁ ଚାଲେଞ୍ଜ କରି ଦୁଈ ରିଟ ପିଟିସେନ ଦାୟର କରିଥିଲେ। ତେବେ ସେହିଦିନ ଠାରୁ ମାମଲା ହାଇକୋର୍ଟରେ ବିଚରାଧୀନ ଥିଲା। ଗତକାଲି କୋର୍ଟ ଏହାର ବିଚାର କରି ସେମାନେ ଦାଏର କରିଥିବା ଦୁଈ ରିଟ ପିଟିସନକୁ ଖାରଜ କରିଛନ୍ତି। ଏଥି ସହିତ ପୂର୍ବରୁ ଅଧକ୍ଷା ଓ ତିନି କାଉନସିଲର ଜାରି କରିଥିବା ଅନ୍ତରୀଣ ଆଦେଶକୁ ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପୁରୁଷୋତ୍ତମପୁର ଏନଏଏସି ଅଧ୍ୟକ୍ଷାଙ୍କ ବିରୋଧରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟର ଫଳାଫଳ ପ୍ରକାଶ ପାଇବାରେରେ ରହିଥିବା ଅଦାଲତର ଅଙ୍କୁଶ ହଟିଛି। ଫଳରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ଅନାସ୍ଥା ପ୍ରସ୍ତାବ ଭୋଟ୍ ଫଳାଫଳ ଘୋଷଣା ପାଇଁ ପଥ ପରିଷ୍କାର ହୋଇ ଯାଇଛ। ଏହି କେଶ ରେ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଏଜିଏ ଏମ.କେ. ବଳବନ୍ତରାୟ ଓ ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ପ୍ରଦୀପ କୁମାର ମହାପାତ୍ର ମାମଲା ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.