୫୯ ବର୍ଷରେ ପହଞ୍ଚିଲା ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା: ମନ ମୋହୁଛି ଆକର୍ଷଣୀୟ ମେଢ ଓ ତୋରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୫୯ ବର୍ଷ ତଳେ ଆରମ୍ଭ ହୋଇଥିଲା ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା। ଆଜି ଏକ ଗୌରବମୟ ଅତୀତକୁ ମନେ ପକାଇବା ସହିତ ନୂତନ ପ୍ରକାର ସାଜସଜ୍ଜାରେ ସଜେଇ ହୋଇଛି ମେଢ ଓ ତୋରଣ। ଆକର୍ଷଣୀୟ ତୋରଣ ସହିତ ମାଆଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦେଖଣାହାରୀ, ଭକ୍ତ-ଶ୍ରଦ୍ଧାଳୁଙ୍କୁ ଭାବଭକ୍ତିରେ ତଲ୍ଲୀନ କରିଦେଉଛି। ସେହିପରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ଦୁକାନ ବଜାର ଆଦି ଲୋକଙ୍କ ପୂଜାଛୁଟିର ଉପଭୋଗ ମାତ୍ରାକୁ ଦ୍ୱିଗୁଣିତ କରିଦେଉଛି। ଏଥିପାଇଁ ସମସ୍ତେ ବେଶ୍ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏହି ଅବସରରେ ବୁଧବାର ଅପରାହ୍ନରେ ଦୁର୍ଗାପୂଜା କମିଟି ପକ୍ଷରୁ ଲାଞ୍ଜିଗଡ଼ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକ ବିରାଟ କଳସ ଯାତ୍ରାରେ ବାହାରି ନିକଟସ୍ଥ ବଂଶୀଧାରା ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।ଆଜିଠାରୁ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଆରମ୍ଭ ହୋଇଥିବାବେଳେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଏଥର ଆକର୍ଷଣୀୟ ମୂର୍ତ୍ତି ସହିତ ମେଢ ଓ ମଣ୍ଡପ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

Omkar Vasthu
Omkar Vasthu

ଏଥିରେ କର୍ତ୍ତା ଭାବେ ରାମଚନ୍ଦ୍ର ସିଂ ଓ ତାଙ୍କ ଧର୍ମ ପତ୍ନୀ ଜାନକୀ ସିଂ ରହିଥିବା ବେଳେ ପୂଜକ ଭାବେ ସୁବାଷ ଚନ୍ଦ୍ର ତ୍ରିପାଠୀ,ସରୋଜ କାନ୍ତ ତ୍ରିପାଠୀ,ସଚିନ୍ଦ୍ର ତ୍ରିପାଠୀ,ସୁବର୍ଥ ତ୍ରିପାଠୀ ରହିଛନ୍ତି। ପୂଜା ମଣ୍ଡପରେ ସନ୍ତୋଷ ମହାଖୁଡ଼, ଦୀନବନ୍ଧୁ ବାରିକ, ଲିଙ୍ଗରାଜ ବାରିକ ଓ ମନରଞ୍ଜନ ବାରିକ ସହଯୋଗ କରୁଛନ୍ତି। ଏହା ସହିତ କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ହେବାକୁ ଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ସହିତ ମେଲୋଡି ପରିବେଷଣ ହେବାର ଯୋଜନା ଓ ଶେଷ ଦିବସରେ ରାବଣ ପୋଡ଼ି ବ୍ୟବସ୍ଥା ରହିଥିବାବେଳେ ଭକ୍ତ, ଶ୍ରଦ୍ଧାଳୁ ଓ କଳାପ୍ରେମୀ ଜନସାଧାରଣଙ୍କୁ ଅଭିଭୂତ କରୁଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ଏମ୍. ଚନ୍ଦ୍ର ଶେଖର, କାର୍ଯ୍ୟକାରୀ ସଭାପତି ସୁମନ୍ତ ଦଳବେହେରା, ସଂପାଦକ ରାଘବ ଗହୀର, କୋଷାଦକ୍ଷ ଜୟନ୍ତ ମହାଖୁଡ ରହିଥିବା ବେଳେ ଶାନ୍ତି କମିଟି ପକ୍ଷରୁ ସଭାପତି ଜିତେନ୍ଦ୍ର କୁମାର ବିଶ୍ବାଳ ଲାଞ୍ଜିଗଡ଼ ଥାନା ଅଧିକାରୀ, ସଦସ୍ୟ ଭାବେ ଏସ୍ ଆଇ ଲିଙ୍ଗରାଜ ସେଠି, ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଡା. ଯୋଗେଶ୍ୱର ସିଂ, ଡା. ନରେନ୍ଦ୍ର ଦାସ, ବେଦାନ୍ତ ମେଡିକାଲ ତରଫରୁ ଅମର ମହାନ୍ତି, ପ୍ରଶାନ୍ତ ପରମାଣିକ, ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ଏସ୍ଓ ସନତ ପ୍ରଧାନ, ଭବାନୀ ଶଙ୍କର ନନ୍ଦ, ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ଲାଞ୍ଜିଗଡ଼ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ସୁବାଷ ମହାପାତ୍ର, ଶ୍ରୀମୁଖ ଅଗସ୍ତି, ଶରତ ସିଂ, ଲାଞ୍ଜିଗଡ ପ୍ରେସ୍ କ୍ଳବ ଉପ ସଭାପତି କ୍ଷମାନିଧି ମହାଖୁଡ ରହିଛନ୍ତି। ସେହିପରି ଆୟୋଜକ କମିଟି ପକ୍ଷରୁ ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ, ଯୁବକ ସଂଘ ପୂର୍ବତନ ସଭାପତି ବିନୋଦ ଗଉଡ଼, ସଂଘ ସମ୍ପାଦକ ଭୁପେନ୍ଦ୍ର ମହାରଥା, ସଞ୍ଜୀବ ପେଶନିଆ, ସତ୍ୟନାରାୟଣ ନାଏକ, ମହେନ୍ଦ୍ର କରୁଆଁ ସମେତ ଲାଞ୍ଜିଗଡ଼ ଯୁବକ ସଂଘ ସମସ୍ତ ସଦସ୍ୟ ଓ ଅଞ୍ଚଳର ଯୁବଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.