ଜଳନ୍ଧର ଦରବାରରେ ନର୍ଲା ବିଧାୟିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶସାରା ଏବେ ଚାଲିଛି ପାର୍ବଣ ଋତୁ। ପୂଜା ମଣ୍ଡପ ମାନଙ୍କରେ ପୂଜା ପାଉଛନ୍ତି ଜଗତଜନନୀ। ଦେବୀ ଦୁର୍ଗାଙ୍କ ଆରଧନାରେ ଗାଁ ଠୁ ସହର ମୁଖରିତ ହୋଇ ଉଠୁଛି। ତେବେ କଳାହାଣ୍ଡିର ସାଂସ୍କୃତିକ ବିଭବ ଏଠାକାର ପାର୍ବଣ ମାହୋଲକୁ ମତୁଆଲା କରି ଗଢ଼ି ତୋଲୁଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି ଶାରଦୀୟ ଦୁର୍ଗାପୂଜା। ନର୍ଲା ବିଧାୟିକା ମନୋରମା ମହାନ୍ତି ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦୁର୍ଗା ମଣ୍ଡପ ପରିଦର୍ଶନ କରିବା ସହ ଜଗତଜନନୀଙ୍କ ଆଶିର୍ବାଦ କାମନା କରୁଛନ୍ତି। ସେହି କ୍ରମରେ କର୍ଲାମୁଣ୍ଡା ଠାରେ ଆୟୋଜିତ ଦୁର୍ଗାପୂଜାରେ ସେ ଯୋଗଦାନ କରିବା ସହ ଜଳନ୍ଧର ଦରବାରରେ ଅତିଥି ଭାବେ ଉପସ୍ଥିତ ରହିଥିଲେ। କର୍ଲାମୁଣ୍ଡା ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ପାଲଟିଥିବା ଜଳନ୍ଧର ଦରବାରରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ ବିଧାୟିକାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ କାମ ଆରମ୍ଭ ହୋଇଛି, ଆଗକୁ ଏହା ଆହୁରି ତ୍ବରାନ୍ବିତ ହେବ ବୋଲି ବିଧାୟିକା ଶ୍ରୀମତୀ ମହାନ୍ତି ଏହି ଅବସରରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.