ମା’ ମାଣିକେଶ୍ଵରୀଙ୍କ ‘ଲାଖମରା ଯାତ୍ରା’

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୧୧ ତାରିଖ ଶୁକ୍ରବାରରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ “ଛତର ଯାତ୍ରା”। ଆଜି ୧୨ ତାରିଖ ବିଜୟା ଦଶମୀ ତିଥିରେ ଅନୁଷ୍ଠିତ ହେବ ମାଣିକେଶ୍ଵରୀଙ୍କ “ଲାଖମରା ଯାତ୍ରା”। ଅପରାହ୍ନରେ ଦ୍ଵିତୀୟ ଥର ପାଇଁ ମାଣିକେଶ୍ଵରୀଙ୍କ ବିଜୟ ପ୍ରତିମା ଛତରଙ୍କ ଜେନା ବାଦ୍ୟର ତାଳେ ତାଳେ ନିଆଯିବ ନକଟିଗୁଡା ସ୍ଥିତ ଲାଖମରା ପଡିଆକୁ। ସେଠାରେ ଏକ ଅସ୍ଥାୟୀ ମଣ୍ଡପରେ ଛତରଙ୍କୁ ସ୍ଥାପନ କରି ସ୍ଵତନ୍ତ୍ର ପୂଜାର୍ଚ୍ଚନା ଓ ବଳି ଅର୍ପଣ କରାଯିବ। କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଲାଖମରା ପଡ଼ିଆରେ ଦେବୀଙ୍କୁ ବନ୍ଦାପନା କରିବା ପରେ ମହାରାଜାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ ଲାଖମାର ପ୍ରତିଯୋଗିତା। ଏକ ଉଚ୍ଚ ସ୍ଥାନରେ ଲମ୍ବ ବାଉଁଶରେ ବନ୍ଧା ଯାଇଥିବା ଲାଖ (ଲକ୍ଷ) କୁ ବନ୍ଧୁକରେ ଲକ୍ଷ ଭେଦ କରିବେ ପ୍ରତିଯୋଗୀ। ଲାଖମରା ସରିବା ପରେ ମାଆଙ୍କ ଛତର ଜେନାବାଦ୍ୟର ତାଳେ ତାଳେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ମୂଳାଷ୍ଟମୀରୁ ମୁଣ୍ଡବସା ପର୍ବ ଠାରୁ ଆରମ୍ଭ ହୋଇଥିବା ମା’ ମାଣିକେଶ୍ଵରୀଙ୍କ ଶାରଦୀୟ ଉତ୍ସଵ ବିଜୟା ଦଶମୀ ତିଥିରେ ଲାଖମରା ଯାତ୍ରା ସହ ଉଦଯାପିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.