ଭଷାଣୀ ଯାତ୍ରା ଓ ରାବଣପୋଡ଼ି ସହ ଶେଷ ହେଲା ରୁପ୍ରାରୋଡ ଦୁର୍ଗାପୂଜା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୯ଦିନ ଧରି ରୁପ୍ରାରୋଡ ବସ୍ତିରେ ଚାଲିଥିବା ନବରାତ୍ର ଦୁର୍ଗାପୂଜା ଭଷାଣୀ ଯାତ୍ରା ଓ ରାବଣପୋଡ଼ି ଉତ୍ସବ ସହ ସମାପନ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିର ସାର୍ବଜନୀନ ଦୁର୍ଗାପୂଜା ଏଥର ୬୫ ବର୍ଷରେ ପଦାର୍ପଣ କରିଥିଲା। ରୁପ୍ରାରୋଡ ଦୁର୍ଗା ପୂଜା କମିଟି ସଭାପତି ଓମ ପ୍ରକାଶ ଅଗ୍ରୱାଲ, ସାଧାରଣ ସମ୍ପାଦକ ରତନ ଅଗ୍ରୱାଲ, କୋଷାଧ୍ୟକ୍ଷ ଅନିଲ ଅଗ୍ରୱାଲ ଓ କାର୍ଯ୍ୟକର୍ତ୍ତାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଓ ସଦସ୍ୟମାନଙ୍କ ସହଯୋଗରେ ପୂଜା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି।‌ ଏଥିରେ କର୍ତ୍ତା ଭାବେ ଅମିତ ଅଗ୍ରୱାଲ, ପୂଜକ ଭାବେ ସୁରେନ୍ଦ୍ର ଶର୍ମା ଓ ବିଷ୍ଣୁ ଶର୍ମା ଦାଇତ୍ୱ ନିର୍ବାହ କରୁଥିବାବେଳେ ଆକାଶ ଅଗ୍ରୱାଲ, ଧୀରେନ୍ଦ୍ର ଖେତନ, ଦିପକ ମହାନ୍ତି, ଅମିତ ଶର୍ମା, ବିଜୟ ଅଗ୍ରୱାଲ, ଅଶୋକ କମାନୀ, ପୁଷ୍ପକ ମହାନ୍ତି, ଭାରତୀ ମହାନ୍ତି, ଧିରେନ୍ଦ୍ର ଖେତାନ, ଦିନରାଜ ଅଗ୍ରୱାଲ, ନିରଜ ଶର୍ମା ପ୍ରମୁଖଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରବିବାର ସନ୍ଧ୍ୟାରେ ଦେବାଦେବୀଙ୍କ ଭଷାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ ବାଦ୍ୟନାଦ ସହ ଜଗତଜନନୀ ଦେବୀ ଦୁର୍ଗା ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ମେଳାଣି ଦେଇଥିଲେ ବସ୍ତି ବାସିନ୍ଦା। ଏହାପରେ ରୁପ୍ରାରୋଡ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିଲା ରାବଣ ପୋଡ଼ି ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାବଣ ଦହନ କମିଟି ସଭାପତି ଦଧିବାମନ ଗଉଡ ଓ ସାଧାରଣ ସମ୍ପାଦକ ବଣ୍ଟି ଖେତାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ରାବଣ ପୋଡ଼ି ଉତ୍ସବରେ ଅଞ୍ଚଳର ହଜାର ହଜାର ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଭଲିକି ଭଳି ଆତସବାଜି ଓ ବାଣ ରୋଷଣୀରେ ଝଲସି ଉଠିଥିଲା ପରିବେଶ। କାର୍ଯ୍ୟକ୍ରମ ପରିଚାଳନାରେ ରାବଣ ଦହନ କମିଟି ରୁପ୍ରାରୋଡର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ। ନର୍ଲା ପୋଲିସ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.