ନର୍ଲା ନବରାତ୍ରୀ ଦୁର୍ଗାପୂଜାର ପୂର୍ଣ୍ଣାହୂତି ଓ ଭସାଣୀ ଉତ୍ସବ ସମ୍ପନ୍ନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବହୁ ପ୍ରସିଦ୍ଧ ସାର୍ବଜନୀନ ଦୁର୍ଗାପୂଜା ରବିବାର ପୂର୍ଣ୍ଣାହୂତି ପଡ଼ିବା ସହ ଅପରାହ୍ନରେ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଗୁରୁବାର ଦିନ ଠାରୁ ୯ ଦିନ ଧରି ଚାଲି ଆସିଥିବା ନବରାତ୍ରି ଦୁର୍ଗାପୂଜା ସମାପନ ହୋଇଛି। ଚଳିତ ବର୍ଷ ପ୍ରଥମ କରି ନର୍ଲାରେ ନବରାତ୍ରୀ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା। ରବିବାର ସକାଳେ ଏହାର ପୂର୍ଣ୍ଣାହୂତି ପଡ଼ିଥିବା ବେଳେ ସନ୍ଧ୍ୟାରେ ଏହାର ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ନର୍ଲାର ନବରାତ୍ରୀ ଦୁର୍ଗାପୂଜା ପାଇଁ ମହାଳୟା ବୁଧବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ରାଣିବନ୍ଧରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସମସ୍ତ ରୀତନୀତି ଅନୁଯାଇ ପ୍ରତ୍ୟହ ପୁଷ୍ପାଞ୍ଜଳି, ସୂର୍ଯ୍ୟପୂଜା, ଚଣ୍ଡୀପାଠ, ସନ୍ଧି ପୂଜା, ସାନ୍ଧ୍ୟ ଆଳତି ଅନୁଷ୍ଠିତ ହେଉଥିଲା। ୧୩/୧୦ ରବିବାର ବିଜୟା ଦଶମୀ ଦିନ ଅପରାଜିତା ପୁଜା ଓ ପୂର୍ଣ୍ଣାହୂତି କାର୍ଯ୍ଯ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟହ ସାନ୍ଧ୍ୟ ଆଳତୀ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଓ ପୁଷ୍ପାଞ୍ଜଳି ପ୍ରଦାନରେ ପୂଜା ମଣ୍ଡପ ମୁଖରିତ ହୋଇ ଉଠୁଥିଲା। ୯ ଦିନ ଧରି ପ୍ରତ୍ୟହ ରାତିରେ ମନୋ ରଞ୍ଜନର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ରବିବାର ସନ୍ଧ୍ୟାରେ ରାଣୀବନ୍ଧରେ ମୂର୍ତ୍ତି ବିସର୍ଜନ କରାଯାଇଛି। ପୂଜା ପରିଳନା କମିଟିର ସଭାପତି ମୃତ୍ୟୁଞ୍ଜୟ(ପିଣ୍ଟୁ) ନାଗ, ସାଧାରଣ ସମ୍ପାଦକ ଦୀପୁ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିଲା। ଉପସଭାପତି ବିମଳ ସାହାଣୀ, ଯୁଗ୍ମ ସମ୍ପାଦକ କ୍ଷେତ୍ର ସାହାଣୀ, କୋଷାଧ୍ୟକ୍ଷ ଅନମୋଲ ଚାନ୍ଦ(ବଣ୍ଟୁ) ପ୍ରମୁଖ ବିଭିନ୍ନ ବିଭାଗର ଦାଇତ୍ୱ ତୁଲାଇଥିଲେ। ବର୍ଷ ପୂଜା କର୍ତ୍ତା ଭାବରେ ନର୍ଲାର ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା ଓ ପଦ୍ମିନୀ ପଣ୍ଡା ଦାଇତ୍ୱ ନିର୍ବାହନ କରିଥିଲେ। ସେହିଭଳି ପୂଜକ ଭାବରେ ବ୍ରହ୍ମା ପଣ୍ଡିତ ସୁନାଶୀର ମିଶ୍ର ଓ ଦୟାନିଧି ବିଶି ପୁଜା କାର୍ଯ୍ୟ ପରିଚାଳନା କରିଥିଲେ। ପ୍ରଭୋବ ଚାନ୍ଦ, ନୀରଜ ମହାପାତ୍ର, ସରୋଜ ମହାପାତ୍ର, ପ୍ରଶାନ୍ତ ମହାପାତ୍ର ପ୍ରମୁଖ ପୂୂଜନ କାର୍ଯ୍ୟରେ ସହଯୋଗ କରିଥିଲେ। ବିକେଶ ହଂସ, ନରିନ ହଂସ, କାହ୍ନା ଗଉଡ ପ୍ରମୁଖ ପୁଜା ପରିଚାଳନାରେ ସହଯୋଗ କରିଥିଲେ। ସେହିଭଳି ନର୍ଲାରୋଡର ଦୁର୍ଗାପୂଜାର ମଧ୍ଯ ପୂର୍ଣ୍ଣାହୂତି ପଡିଛି। ପୂଜା ପରିଚାଳନା କମିଟିର ସଭାପତି ତଥା ପୂଜାକର୍ତ୍ତା ହମେଶ କୁମାର ଜୈନ ଦାୟୀତ୍ବ ନିର୍ବାହନ କରିଥିଲେ।ଉପସଭାପତି ବିମଳ କୁମାର କେଡ଼ିଆ ଓ ସାଧାରଣ ସମ୍ପାଦକ ରାଜା ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନର୍ଲାରୋଡ ଦୁର୍ଗାପୂଜା ସମ୍ପନ୍ନ ହୋଇଥିବା ବେଳେ କମିଟିର ଯୁଗ୍ମ ସମ୍ପାଦକ ଅମର ରାଉତ, କୋଷାଧ୍ୟକ୍ଷ ବାବୁଲା ରାଉତ, ବିନାୟକ ମହନ୍ତ, ବରିଷ୍ଠ ମାର୍ଗଦର୍ଶକ ଜହରଲାଲ ବିଶ୍ୱାଳ, ରାଜୀନ ସାହୁ, ସୁରୁ ଜୈନ, ସଙ୍କୀର୍ତ୍ତନ ପଧାନ, ଟୁଲୁ ଓଝା, ଦୀପକ ଜେଠୁଆ ପ୍ରମୁଖ ବିଭିନ୍ନ ଦାଇତ୍ୱରେ ରହି କାର୍ଯ୍ୟ ସମ୍ପାଦନ କରିଥିଲେ। ପୁରୀରୁ ବ୍ରହ୍ମା ପଣ୍ତିତ ଟିମ ଆସି ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ। ଶାନ୍ତି ଶୃଂଖଳାର ସହ ନବରାତ୍ରୀ ଦୁର୍ଗା ପୂଜା ସମ୍ପନ୍ନ ହୋଇଥିବାରୁ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡିଓ ରିପୁନାଥ ସୁନା ପ୍ରମୁଖ ପୂଜା କମିଟିର ସଦସ୍ୟ ଓ ଅଞ୍ଚଳର ଜନ ସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.