ବରମୁଣ୍ଡା ଦୂର୍ଗା ପୂଜା: ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନର ନୃତ୍ୟାଙ୍ଗନାମାନଙ୍କ ନୃତ୍ୟ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଜଗତଜନନୀ ଦେବୀ ଦୁର୍ଗାଙ୍କ ବିଦାୟ ସହ ସରିଯାଇଛି ପାର୍ବଣ ଋତୁ। ଶାରଦୀୟ ଦୁର୍ଗାପୂଜା ପାଇଁ କଟକ-ଭୁବନେଶ୍ଵର ହୋଇ ଉଠିଥିଲା ଉତ୍ସବ ମୁଖର।ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଇଥିଲେ ମାଙ୍କ ମୃଣ୍ମୟୀ ପ୍ରତିମା। ପ୍ରତି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଅସମ୍ଭବ ଭିଡ଼। ସେହିଭଳି ବିଭିନ୍ନ ଦେବୀ ପୀଠରେ ଦେବୀଙ୍କ ନବରାତ୍ରି ସହ ଦଶହରା ପର୍ବ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ସେହି କ୍ରମରେ ଭୁବନେଶ୍ୱରର ବରମୁଣ୍ଡା ଠାରେ ପ୍ରତି ବର୍ଷ ଭଳି ଆୟୋଜିତ ହୋଇଥିଲା ଦୁର୍ଗାପୂଜା।  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ସବ ମୁଖର ହୋଇଉଠିଥିଲା ବରମୁଣ୍ଡା ପୂଜା ମଣ୍ଡପ। ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି। ସେହି ଭଳି ରବିବାର ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନର ପ୍ରିନ୍ସିପାଲ୍ ଗୁରୁ ମିତା ଦାସଙ୍କ ନିର୍ଦ୍ଦେଶନାରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନର ନୃତ୍ୟାଙ୍ଗନାମନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହିଥିଲେ। ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ। ଏଠାରେ ରାବଣପୋଡ଼ି ମଧ୍ୟ ଅନୁଷ୍ଠିତ ହୋଇଥିବା ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.