ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରିଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରେ ଅବତରଣ କରି ପାପର ସଂହାର କରିଥିଲେ ମାଁ ଦୁର୍ଗେ ଦୁର୍ଗତୀ ନାଶିନୀ। ବିଜୟା ଦଶମୀରେ ରାବଣ ପୋଡ଼ି ସହ ଶେଷ ହେଲା ବିଶ୍ଵନାଥପୁର ଦୁର୍ଗାପୂଜା। ଏବେ ମାଆଙ୍କ ବିଦାୟର ବେଳ। ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମାଁ ଦୁର୍ଗା। ତେବେ ବିଶ୍ଵନାଥପୁରରେ ଭାବବିହ୍ୱଳ ପରିବେଶ। ଭକ୍ତ ଆଖିରେ ଲୁହ। ଚାଲି ଯାଉଛନ୍ତି ମାଁ। ପୁଣି ବର୍ଷେ ଆପେକ୍ଷା। ମାଆ ଆସିବେ ପୁଣି ଆର ବରଷକୁ। ଆଜି ବିଶ୍ଵନାଥପୁରବାସୀ ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ୍ ହୋଇଛନ୍ତି। ମା’ଙ୍କ ଭସାଣି ପାଇଁ ବିଶ୍ଵନାଥପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ବିଶ୍ଵନାଥପୁର ଦୁର୍ଗାପୂଜା ଭସାଣ ଶୋଭାଯାତ୍ରା ଉତ୍ସବ ବେଶ୍ ଜମିଛି।