ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ବୁର୍ଲା ହାଇସ୍କୁଲ ୧୯୮୩ ସିନିୟର ବ୍ୟାଚ୍ ଛାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଖୁବ୍ ଧୁମଧାମରେ ଆଜି ବୁର୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଦିବଙ୍ଗତ ଛାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ବ୍ୟାଚ୍ ଛାତ୍ର ଏବଂ ଦୁସ୍ଥ ଶିଶୁଙ୍କ କଲ୍ଯାଣ ଉଦ୍ଧେଶ୍ୟରେ ଏକ କଲ୍ଯାଣ ଫଣ୍ଡ ତିଆରି କରିବାକୁ ପ୍ରସ୍ତାବ ନିଆଯାଇଥିଲା l ଆଗାମୀ ଡିସେମ୍ବର ମାସ ୨୯ ତାରିଖରେ ପରିବାର ସହିତ ଏକ ମିଳନ ସମାବେଶ କରିବାକୁ ସ୍ଥିରୀକୃତ ହୋଇଛି l ଅନିଲ ବେହେରା, ପ୍ରଶାନ୍ତ ପାଢୀ, ଦିଲ୍ଲୀପ ମିଶ୍ର, କିଶୋର ବେହେରା, ସଞ୍ଜୟ ପଣ୍ଡା, ଲକ୍ଷ୍ମୀ ପ୍ରଧାନ, ସୁଶୀଲ ଦେହୁରୀ, ତ୍ରିନାଥ ଦୋରା, ଗୋବର୍ଦ୍ଧନ ସାହୁ, ଅରୁଣ ସ୍ଵାଇଁ, ଗୁରୁ ଦୟାଲ ବର୍ମା, ସୁବ୍ରତ ନନ୍ଦ, ମନୋଜ୍ ପାଢୀ, ଶୁଭେନ୍ଦୁ ବେହେରା, ଦେବ ଗଉଡ, ଗୋପିନାଥ ବେହେରା, ଲଳିତ ସ୍ଵାଇଁ, ସୁରେନ୍ଦ୍ର ସ୍ଵାଇଁ, ସୁଶାନ୍ତ ମିଶ୍ର, ଯଜ୍ଞ ପତି, ଉଦୟ ସୁନା, ପବନ ବେହେରା, ଅଶୋକ ଚୌଧୁରୀ, ନଳିନୀ କାନ୍ତ ସାହୁ, ଅରୁଣ ମହାକୁଡ, ଶ୍ୟାମ ସୁନ୍ଦର ରେଡ୍ଡୀ, ହରି ବନ୍ଧୁ ସାହୁ, ସଂଜୀବ ମିଶ୍ର, ଜ୍ୟୋତି ମହାପାତ୍ର, ନିର୍ମଳ ନାୟକ, ହରି ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l