ସାନ୍ଦୁଲ ନଦୀରେ ବୁଡି ବିଲାଟ ଗାଁର ୨ ବାଳିକା ମୃତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ବିଲାଟ ଗ୍ରାମରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ବିଲାଟ ଗ୍ରାମର ସନ୍ତୋଷ ହରିଜନଙ୍କ ଝିଅ ରିଙ୍କି ହରିଜନ (୧୬) ଓ ସୋନୁ ଦୁର୍ଗାଙ୍କ ନାବାଳିକା ଝିଅ ନୈନା ଦୁର୍ଗା (୧୭) ଆଜି ନିକଟସ୍ଥ ସାନ୍ଦୁଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧେଇବା ବେଳେ ସେମାନେ ଗଭୀର ପାଣିକୁ ଖସି ଯାଇ ବୁଡ଼ି ଯାଇଥିଲେ। ଏସମ୍ପର୍କରେ ଗାଁ ଲୋକେ ଖବର ପାଇ ନର୍ଲା ଦମକଳ କେନ୍ଦ୍ରକୁ ଜଣାଇଥିଲେ, ଦମକଳ ବାହିନୀ ପାଣି ଭିତରୁ ଦୁଇଜଣଙ୍କ ମୃତ ଶରୀର ଉଦ୍ଧାର କରିଥିଲେ। ନର୍ଲା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଦୁଇ ଦୁଇଟି ଶବକୁ ଜବତ୍ କରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ମୃତ ଘୋଷଣା କରିବାରୁ ମୃତ ଦୁଇ ଝିଅଙ୍କ ଶବକୁ ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇ ଥିବା ଜଣା ପଡିଛି। ଏହି ଘଟଣାରେ ରୁପ୍ରାରୋଡ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.