ଭୁର୍ଷାଗୁଡାରେ ଦଶରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ମହିମା ପଞ୍ଚାୟତ ଭୁର୍ଷାଗୁଡାଠାରେ ମା’ ଠାକୁରାଣୀ ଦଶରା ପୂଜା ଉପଲକ୍ଷେ ସୋମବାର ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ଼ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ଏଥିରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ମଞ୍ଚ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ମହିମା ସରପଞ୍ଚ ଇଶରାମ କୋଲଥିଆ, ସମିତି ସଭ୍ୟ ଘନଶ୍ୟାମ ନାଏକ, କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ନାଏବ ସରପଞ୍ଚ ସୁମତି ବାଗ, ୱାର୍ଡ ସଭ୍ୟା ଭୂମିସୂତା ମାଝୀ, ୱାର୍ଡ ସଭ୍ୟ ଦୈତାରୀ ମାଝୀ, ଆମପାଣି ମଣ୍ଡଳ ବିଜେପି ସାଧାରଣ ସଂପାଦକ ମଧୁବନ ପାତ୍ର, ମହିମା ଗୈନ୍ତିଆ ସୁରେଶ ଚନ୍ଦ୍ର ପାତ୍ର, ଔରତ ମାଝୀ, ଭୋଜରାଜ କୋଚିଆ, ଦୁର୍ଜନ ମାଝୀ, ନକୁଳ ନାଏକ, ଟଙ୍କଧର ନାଏକ, ଗ୍ରାମ ପୂଜାରୀ ପୁରୁନ ପୂଝାରୀ ପ୍ରମୁଖ ଯୋଗଦେଇ ଥିଲେ। ଏହି ପ୍ରତିଯୋଗୀତାରେ ମୋଟ ୨୪ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ପୁରସ୍କାର ମା’ କାଳୀମାଉଳି ଡେନ୍ସ ଗୃପ୍ କୋଟପାଡି, ଦିତୀୟ ଚିକୁମିକୁ ଡେନ୍ସ ଗୃପ୍ ବେହେରା, ତୃତୀୟ ଆର୍ ପି ଡେନ୍ସ ଗୃପ୍ ସେମଲା, ଚତୁର୍ଥ ଜିଙ୍ଗାଲାଲା ଡେନ୍ସ ଗୃପ୍ ଜୟପାଟଣା ଓ ପଞ୍ଚମ ପୁରସ୍କାର ମିସ୍ ମନିଷା ମଇଦଲପୁର ପାଇଥିଲେ। ଆୟୋଜନ କମିଟିର ସଭାପତି ଲଲିତ ଦିଆରୀ, ସଂପାଦକ ଲବ ମାଝୀ, କୋଷାଧ୍ୟକ୍ଷ ଅଶୋକ ବିଶି, ସ୍ବାମୀ ବିବେକାନନ୍ଦ ଯୁବ ସଂଘ, ଭୂର୍ଷାଗୁଡା ସଭାପତି ଶିବାନ ମାଝୀ, ସଂପାଦକ କ୍ଷୀରୋଦ କୁମାର ନାଏକ, କୋଷାଧ୍ୟକ୍ଷ ଗୋବର୍ଦ୍ଧନ ନାଏକ ସମେତ ଭୁର୍ଷାଗୁଡା ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମଞ୍ଚକୁ ଜିତେନ୍ଦ୍ର କୁମାର ଠାକୁର ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.