କଳସ ଯାତ୍ରା ସହ ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ଆରମ୍ଭ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ପାହାଡ ପଦର ପଞ୍ଚାୟତ ସାକଡିଂ ଗୁମ୍ଫାରେ ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନଧରି ସାକଡିଂ ଗୁମ୍ଫାରେ ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ଅନୁଷିତ ହେଉଛି। ପ୍ରଥମ ଦିନରେ ବିଶମୁଣ୍ଡ ବୁଢ଼ା ରଜାଙ୍କ କଳସ ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳର ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ଜିଲ୍ଲା ତଥା ପୋଡ଼ସୀ ଜିଲ୍ଲାର ହଜାର ହଜାର ମହିଳା ଓ ଆବାଳବୃଦ୍ଧବନିତା କଳସ ଯାତ୍ରାରେ ସାମିଲ ହୋଇଥିଲେ।

ପୂର୍ବ କାଳରୁ ଲୋକଙ୍କ ବିଶ୍ୱାସ ଯେ, ପ୍ରଭୁ ବିଶମୁଣ୍ଡ ବୁଢ଼ାରଜାଙ୍କ ପାଖରେ ଯାହାବି ମାନସୀକ କରାଯାଇଥାଏ ତାହା ପୂର୍ଣ ହୋଇ ଥାଏ ବୋଲି। ତେଣୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ୍ୟ ଭକ୍ତଙ୍କ ଭିଡ଼ ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ପାହାଡ଼ପଦର ବୁଢ଼ାରଜା ପୂଜା କମିଟି ଆନୁକୂଲ୍ୟରେ ହେଉଥିବା ଚଳିତ ବର୍ଷ ପୂଜା ଆଜି ପ୍ରାରମ୍ଭ ହୋଇ ଶନିବାର ଦିନରେ ପୂର୍ଣ୍ଣାହୁତି ହେବ। ପୂଜା ପାଇଁ ଗାଁ ତଥା ଆଖପାଖ ଗାଁ ରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟରେ ଉତ୍ସବମୁଖର ଦେଖିବାକୁ ମିଳିଥାଏ। ବିଶମୂଣ୍ଡ ବୁଢାରଜା ପୂଜା କମିଟି ସଭାପତି ଜଗଦୀଶ ବେନିଆଁଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି କଳସ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅଥିତି ଭାବେ ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ଲାଞ୍ଜିଗଡ଼ ପ୍ରେସ କ୍ଲବ ଉପସଭାପତି କ୍ଷମାନିଧି ମହାକୁଡ଼, କୋଷାଧକ୍ଷ ପରେଶ ନାୟକ, ସଦସ୍ୟ ରମେଶ ନାୟକ, ଦିଲ୍ଲୀପ ହରିଜନ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ କୋଷାଧ୍ୟକ୍ଷ ତୁଳସୀ ରାମ ପ୍ରଧାନୀ, ସଦସ୍ୟ ସୁଶାନ୍ତ ମାଝୀ, ମନୋଜ ଦୋରା, ଦେବାନନ୍ଦ ମାଝୀ ପ୍ରମୁଖ ଯୋଗଦେଇଥିଲେ।

ଏହି ଉତ୍ସବ ତିନିଦିନ ଧରି ହେଉଥିବା ବେଳେ ପ୍ରତ୍ୟେକ ଦିନ ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ ଗୀତିନାଟ୍ୟ, ରେକର୍ଡ ଡ୍ୟାନ୍ସ ଭଲି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି। ଏହି କଳସ ଯାତ୍ରାରେ ଜୟ ଶଙ୍କର ନାଏକ, ସୁନା ମାଳି ଦୁର୍ଗା, ସୁଦର୍ଶନ ଦୁର୍ଗା ପୂଜାଚର୍ଚ୍ଚ କରିଥିବା ବେଳେ ମନ୍ଦିର ମୁଖ୍ୟ ପୂଜକ ବୁଡୁ ନାଏକ, ଲୋକନାଥ ମାଝୀ,ଜଗଦୀଶ ପୁଟା, ମାନ ମାଝୀ, ଭୀମ ମାଝୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ଏଥିରେ ପୂଜା କମିଟିର ଉପ ସଭାପତି କୁମର ନାଏକ, କୋଷାଧକ୍ଷ ବଳଭଦ୍ର ସାହୁ,କମିଟି ଉପଦେଷ୍ଟା ବୈଦ୍ୟନାଥ ନାଏକ, ମଧୁସୂଦନ ନାଏକ, ମହାଦେବ ନାଏକ, ମାଧବ ବାଗ,ଉଗ୍ରେସନ ବାଗ, ଜୟଶଙ୍କର ନାଏକ, ଲିଙ୍ଗରାଜ ଦୁର୍ଗା, ସୌଦାଗର ବାଗ,ପରମେଶ୍ୱର ନାଏକ, ବନମାଳୀ ମାଝୀ, ଲାଞ୍ଜି ମାଝୀ, ସୁକୃ ମାଝୀ, ଘାସିରାମ ମାଝୀ, ଫକୀର ବେହେରା, ହୀରାଲାଲ ବେହେରା, କୁଞ୍ଜ ମାଝୀ, ଚନ୍ଦ୍ର ମାଝୀ, ଅର୍ଜୁନ ନାଏକ, ଗୌରାଙ୍ଗ ନାଏକ, ନୀଳାମ୍ବର ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.