ଶେଷ ପ୍ରସ୍ତୁତିରେ ଆମପାଣି ‘ବୁଢ଼ାରଜା’ ଦେବଙ୍କ ଦଶରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି- ନବରଙ୍ଗପୁର ସୀମାନ୍ତ ଆମପାଣି ଠାରେ ଶନିବାର ଦିନ ପାଳିତ ହେବ ପ୍ରଭୁ ବୁଢାରଜାଙ୍କ ବାର୍ଷିକ ଦଶରା ପର୍ବ। ଏନେଇ ଗୁରୁବାର ମନ୍ଦିର ପରିସରରେ ପୁଲିସ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ଚୁଡାନ୍ତ ବୈଠକ ଅନୁଷ୍ଠିତ ହୋଇଛି। ବୁଢାରଜା ସାଂସ୍କୃତିକ ଅନୁଷ୍ଠାନର ସଭାପତି କୁମୁଦ ଚନ୍ଦ୍ର ପୁଝାରୀଙ୍କ ଅଧ୍ୟକ୍ଷତାରେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ ବେହେରା, ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକକା ପ୍ରମୁଖ ଯୋଗଦେଇ ଶୃଙ୍ଖଳିତ ପରିଚାଳନା ନିମନ୍ତେ ନିଜ ନିଜର ମତ ରଖିଥିଲେ। ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାନେଇ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପ୍ରସାଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ସକାଳୁ ବୁଢାରଜାଙ୍କ ଦର୍ଶନ ସହ ଲାଠିଯାତ୍ରା, ଲାଖବିନ୍ଧା ଏବଂ ରାତିରେ ନାଟକ ଓ ଘୁମୁରା ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବାରୁ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଶାନ୍ତି ଶୃଙ୍ଖଳା ନିମନ୍ତେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ବେହେରା ବିଭିନ୍ନ ସ୍ଥନକୁ ଯାଇ ଟିକିନିଖି ଭାବରେ ତଦାରଖ କରିଛନ୍ତି। ସେହିପରି ପୂର୍ବାହ୍ନରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ପହଞ୍ଚି ମନ୍ଦିର ପରିଚାଳନା କମିଟି ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନର ସଭାପତିଙ୍କ ସମେତ ସମ୍ପାଦକ ନକୁଲ ବାଣୁଆ, ଉପସଭାପତି ତିଳୋତ୍ତମା ନାଏକ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ସହ ସମ୍ପାଦକ ସନ୍ତୋଷ କୁମାର ମାଝି, ନିତ୍ୟାନନ୍ଦ ମାଝୀ, ରୁତୁରାଜ ମାଝୀ, ବିଘ୍ନେଶ୍ୱର ନାଏକ, ଶରତ ଚନ୍ଦ୍ର ନାଏକ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.