ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ମେଳାକୁ ଜିଲ୍ଲାର ଚାଷୀ ଓ ଜନସାଧାରଣଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ଆସନ୍ତା ନଭେମ୍ବର ୮ ଓ ୯ ତାରିଖ ଦୁଇ ଦିନ ଧରି ଗଜପତି ଷ୍ଟାଡିୟମ ଠାରେ ଏହି ମେଳା ଆୟୋଜିତ ହେବ। ଏଥିରେ ୨୦ ଗୋଟି ଷ୍ଟଲ ସହିତ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରଜାତିର ଗୃହପାଳିତ ପ୍ରାଣୀ ସମ୍ପଦର ପ୍ରଦର୍ଶନୀ ଆୟୋଜିତ ହେବ। ଏହି ଦୁଇ ଦିନ ସଭା କାର୍ଯ୍ୟକ୍ରମ ସହ ଚାଷୀ ଓ କୃଷି ବୈଜ୍ଞାନିକ ମାନଙ୍କ ସହିତ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ପାଳନରେ କୃତୀ ଅର୍ଜନ କରି ଶ୍ରେଷ୍ଠ ବିବେଚିତ ହୋଇଥିବା ୮ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏତଦ ବ୍ୟତୀତ ଗୋସମ୍ବର୍ଧନା ଉତ୍ସବ ପାଇଁ ଗୋ-ପୁଜନ ସହ ଏକ ଗୋ-ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଏହି ଦୁଇ ଦିନ ଜିଲ୍ଲାର ସମସ୍ତ ବ୍ଲକ ରୁ ୫୦୦ ରୁ ଅଧିକ ମତ୍ସ୍ୟ ଓ ପ୍ରାଣୀ ପାଳକ ଏହି ମେଳାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.