ଦ୍ଵିତୀୟ ଦିନରେ ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜା ଆଜି ଦ୍ଵିତୀୟ ଦିବସ। ବଣିକ ସଂଘ ତରଫରୁ ଗତ ୬ ବର୍ଷ ହୋଇଗଲା ନର୍ଲାରେ ଏହି ପୂଜା ଚାଲି ଆସୁଛି। ପ୍ରତି ବର୍ଷ ପୂଜାରେ କିଛି ନା କିଛି ସମସ୍ୟା ଉପୁଜୁଥିଲା। ଗତ ବର୍ଷ ପୂଜା ପରିଚାଳନାରେ ଅନେକ ସମସ୍ୟା ଦେଖା ଦେଇଥିଲା। ସେ ସବୁକୁ ଲକ୍ଷ୍ୟ କରି ପୂଜା ପରିଚାଳନା କମିଟିରେ ପରିବର୍ତ୍ତନ କରଯାଇଥିବା ସଂଘର ବରିଷ୍ଠ ସଦସ୍ୟ ମାନେ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ଚଳିତ ବର୍ଷ ପୂଜା ଅତି ଉତ୍ତମ ଭାବରେ ଚାଲିଥିବା ମତ ବ୍ୟକ୍ତ କରିଛନ୍ତି ପୂର୍ବତନ ସଭାପତି ଅଜୟ କୁମାର ପଣ୍ଡା। ପ୍ରତ୍ୟହ ମଧ୍ୟାହ୍ନ ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ ହେଉଛି। ବିଶେଷ କରି ସାନ୍ଧ୍ୟ ଆଳତି ସମୟରେ ପ୍ରବଳ ଜନ ସମାଗମ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ସଂଘର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ମହାନ୍ତି ଓ ତାଙ୍କ ସହଧର୍ମିଣି ଜ୍ୟୋତି ମହାନ୍ତି ଦାୟୀତ୍ବ ନିର୍ବାହନ କରୁଥିବା ବେଳେ ବ୍ରହ୍ମା ପଣ୍ଡିତ ଭାବରେ ଜନାର୍ଦ୍ଦନ ପାଢୀ ପୂଜନ କାର୍ଯ୍ଯ ପରିଚାଳନା କରୁଛନ୍ତି। କ୍ଷେତ୍ରମଣି ପାଢୀ, ପ୍ରିତିରାଜ ପାଢୀ ଓ ଲମ୍ବୋଦର ପାଢ଼ୀ ପୂଜନ କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡ଼ିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବଣିକ ସଂଘର ବରିଷ୍ଠ ସଦସ୍ୟ ବିଜୟ କୁମାର ପଣ୍ଡା, ଅଜୟ କୁମାର ପଣ୍ଡା, ସୁବୋଧ ମିଶ୍ର, ସଞ୍ଜୟ କୁମାର ପଣ୍ଡା, ପ୍ରିତମ ସାହୁ, ଶ୍ରୀତମ ସାହୁ, ଚିନ୍ମୟ ଚାନ୍ଦ, ପିଣ୍ଟୁ ପଣ୍ଡା, ଶଙ୍ଖନିଧି ଗୌଡିଆ, ନାଥ ପୃଷ୍ଟି, ନିକୁଞ୍ଜ ଦତ୍ତା, କାନ୍ତୁ ସାହୁ, ପିଣ୍ଟୁ କମାନୀ, ରାଜେଶ ଅଗ୍ରୱାଲ, ପ୍ରସାଦ ଗାବଲି, ରାଜା ଅଗ୍ରୱାଲ, ଆକାଶ ଖେତାନ, ଶୁଭମ ଅଗ୍ରୱାଲା, ରାଜେଶ ଆଚାର୍ଯ୍ୟ, ଗୋଲୁ ଖେତାନ ପ୍ରମୁଖ ବିଭିନ୍ନ ଦାଇତ୍ୱରେ ରହି ପୂଜା ପରିଚାଳନା କରୁଥିବା ଜଣାପଡିଛି। ଶୁକ୍ରବାର ସକାଳେ ପୂର୍ଣ୍ଣାହୁତି ପଡ଼ିବ ଓ ଅପରାହ୍ନରେ ମୂର୍ତ୍ତୀ ବିସର୍ଜନ କରାଯିବ ବୋଲି କମିଟି ସୂତ୍ରରୁ ପ୍ରକାଶ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.