ଚଳିତ ବର୍ଷ ପଏଁରୀର ରୌପ୍ୟ ଜୟନ୍ତୀ ସମାରୋହ

ବ୍ଲକ ସ୍ତରରୁ ଆରମ୍ଭ ହେବ ପଏଁରୀ ତିହାର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଚଳିତ ବର୍ଷ ପାଳନ କରିବ ତାର ରୌପ୍ୟ ଜୟନ୍ତୀ ସମାରୋହ। ଏ ନେଇ ଅନୁଷ୍ଠାନର ସଂପାଦକ ଚୌଧୁରୀ ବିଭାରଙ୍କ ଆବାହକତ୍ଵରେ ଏବଂ ସଭାପତି ଲଡୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପରେ ଏକ ବୈଠକରେ ଆଲୋଚନା ହୋଇଥିଲା। ପ୍ରଥମେ ୬ଟି ବ୍ଲକରୁ ଆସିଥିବା ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ମାନଙ୍କୁ ସ୍ୱାଗତ ସର୍ମଦ୍ଧନା ଦିଆଯାଇଥିଲା।

Omkar Vasthu
Omkar Vasthu

ଜିଲ୍ଲାର ସମସ୍ତ ଲୋକକଳା ଓ କଳାକାରମାନେ କିପରି ତାଙ୍କର ପାରମ୍ପରିକ ଲୋକକଳା ପ୍ରର୍ଦଶନ କରିପାରିବେ ସେ ବିଷୟରେ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ପ୍ରଥମେ ଜିଲ୍ଲାର ୬ ଟି ବ୍ଲକରେ ପଏଁରୀ ତିହାର ଆୟୋଜନ କରାଯାଉ ବୋଲି ବ୍ଲକ ସଭାପତି ମାନେ ପ୍ରସ୍ତାବ ରଖିଥିଲେ। ବ୍ଲକ କଳା ଓ ସଂସ୍କୃତି ସଂଘର ଉପ ସଭାପତି ମାନଙ୍କ ଅନୁରୋଧ କ୍ରମେ ନଭେମ୍ବର ୧୭ରେ ତରଭା ବ୍ଲକ, ନଭେମ୍ବର ୨୪ରେ ଡୁଙ୍ଗୁରିପାଲି ବ୍ଲକ, ଡିସେମ୍ବର ୧ରେ ବିନିକା ବ୍ଲକ, ଡିସେମ୍ବର ୮ରେ ଉଲୁଣ୍ଡା ବ୍ଲକ, ଡିସେମ୍ବର ୧୫ ରେ ସୋନପୁର ବ୍ଲକ ଓ ଡିସେମ୍ବର ୨୨ରେ ବୀରମହାରାଜପୁର ବ୍ଲକରେ ଆୟୋଜନ ହେବ ପଏଁରୀ ତିହାର। ଏବଂ ଜାନୁୟାରୀ ମାସ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଏଁରୀ ତିହାର-୨୦୨୫ ରେ ପ୍ରତି ବ୍ଲକରୁ ୩୦୦ ଲୋକ କଳାକାର ଭାଗ ନେବେ। ଜିଲ୍ଲା ସ୍ତରୀୟ ପଏଁରୀ ତିହାରରେ ବିଭିନ୍ନ ଜିଲ୍ଲାରୁ ତଥା ଜିଲ୍ଲା ବାହାର ଆସାମ, ହରିଆଣା, ମଧ୍ୟପ୍ରଦେଶର, କଲିକତା ଓ ଛତିଶଗଡର କଳାକାରମାନେ ତାଙ୍କର ନୃତ୍ୟ ଓ ଗୀତ ପରିବେଷଣ କରିବେ ବୋଲି ସଂପାଦକ ଚୌଧୁରୀ ବିଭାର ସୂଚନା ଦେଇଥିଲେ। ଯେଉଁମାନେ କଳା ସଂସ୍କୃତି ପାଇଁ ଜୀବନ ବ୍ୟାପି ସାଧନା କରିଛନ୍ତି ସେମାନଙ୍କୁ ପଏଁରୀ ସମ୍ମାନରେ ସମ୍ମାନିତ କରାଯିବ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଓ ସଦସ୍ୟା ମାନଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ବୈଠକରେ ଉପଦେଷ୍ଠା ଶ୍ରୀବତ୍ସ ମଲ୍ଲିକ ଓ ଅଭିମନ୍ୟୁ କୁଶଳ ସହିତ ବ୍ଲକ କଳା ଏବଂ ସଂସ୍କୃତି ସଂଘର ଉପ ସଭାପତି ମାନଭଂଜନ ମିଶ୍ର, ତରଭା ବ୍ଲକ, ରମେଶ ପ୍ରଧାନ, ଡୁଙ୍ଗୁରିପାଲି ବ୍ଲକ, ନନ୍ଦକାହ୍ନା ପୁଝାରୀ, ସୋନପୁର ବ୍ଲକ,  ନିରାକାର ଦେହେରୀ, ବିନିକା ବ୍ଲକ, ଶ୍ୟାମ ସୁନ୍ଦର ସୁନା, ଉଲୁଣ୍ଡା ବ୍ଲକ, ରାମକୃଷ୍ଣ ହୋତା, ବିଏମପୁର ବ୍ଲକ ସହିତ ଅନୁଷ୍ଠାନର ଉପ ସଭାପତି ପ୍ରଫୁଲ୍ଲ ନାଏକ, ସହ-ସଂପାଦକ ପୃଥିରାଜ ବାଗ, କୋଷାଧ୍ୟକ୍ଷ ସୁଶାନ୍ତ ସାହୁ, କାର୍ଯ୍ୟକାରୀ ସଦସ୍ୟ ଗୋପାଳ ମେହେର, ସନ୍ତୋଷ କୁମାର ପାଢୀ, ସୋମ୍ୟରଂଜନ ସେଠି, ଅମିତ ସାହୁ, ରୋହନ ସାହୁ, ମହାଦେବ ବେହେରା, ଗୋକୁଳ ମାଝି, ଭୁଷଣ ଦେହୁରୀ, ବୌରାଗି ବାଘ, ଶ୍ରୀଧର ପେରା, ଶିଦ୍ଧେଶ୍ୱର ରାଜହଂସ, ଲଲିତ ମେହେର, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ଉପ ସଭାପତି  ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ୍ୟ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.