ଓଡିଶା ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟିର ପ୍ରଥମ ବୈଠକ : ଉପସ୍ଥିତ ରହିଲେ ନର୍ଲା ବିଧାୟିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟି ୨୦୨୪-୨୫ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୃହ କମିଟିର ସଦସ୍ୟା ତଥା ନର୍ଲା ବିଧାୟିକା ମନୋରମା ମହାନ୍ତି ଏଥିରେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିବା ଜଣାପଡିଛି। ରାଜ୍ୟର ମହିଳା ଓ ଶିଶୁ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଏହି ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସଦସ୍ୟା ତଥା ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ଏଥିରେ କିଛି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ସେ ଅଙ୍ଗନୱାଡି କେନ୍ଦ୍ରରେ ପାଇଖାନା, ପାଚେରୀ ନିର୍ମାଣ, ବିଦ୍ୟୁତ ଯୋଗାଣ, ରୋଷେଇ ନିମନ୍ତେ ଗ୍ୟାସ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଯେଉଁ ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରୁ ୧ କିମିରୁ ଅଧିକ ଦୂରତାରେ ରହିଥିବ ସେଠାରେ ମିନି ଅଙ୍ଗନୱାଡ଼ି କେନ୍ଦ୍ର କରିବାକୁ ପ୍ରସ୍ତାବ ଦେବାସହ ରାଜ୍ୟର ମହିଳାମାନଙ୍କୁ ବିନା ସୁଧରେ ଋଣ ଯୋଗାଇଦେବା ଉପରେ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ ନର୍ଲା ବିଧାୟିକା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.