ଆକାଂକ୍ଷା ଜିଲ୍ଲା ଗଜପତିରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନର ସମାପନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଆକାଂକ୍ଷା ଜିଲ୍ଲା ଗଜପତିର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ସଂପୂର୍ଣ୍ଣତା ଅଭିଯାନର ଜିଲ୍ଲାସ୍ତରୀୟ ସମାପନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମାପନ ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ ପ୍ରମୁଖ ମଞ୍ଚାସିନ ଥିଲେ।

Omkar Vasthu
Omkar Vasthu

ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼ଃ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଜିଲ୍ଲାପାଳ ଶ୍ରୀ ଦାସ ଏହି ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ମୁଖ୍ୟ ୬ ଗୋଟି ସୁଚକା ଯଥା:- ଶିକ୍ଷା , ସ୍ୱାସ୍ଥ୍ୟ, ପୁଷ୍ଟିକର, କୃଷି, ମୌଳିକ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ଦିଗରେ କେତେ ପ୍ରତିଶତ ସଫଳତା ହାସଲ ହୋଇଛି ଏବଂ କିପରି ତାହା କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। ପୂର୍ବ ଯୋଜନା ବଦ୍ଧ ଭାବେ ଦଳୀୟ ସ୍ପିରିଟ ନେଇ କାର୍ଯ୍ୟ କଲେ ଲକ୍ଷ୍ୟଧାର୍ଯ୍ୟର ସଫଳତା ସହଜେ ହାସଲ ହୋପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ଏହି ସମ୍ପୂର୍ଣ୍ଣତା ଅଭିଯାନ ଏବଂ ଏହାର ସଫଳତା ଉପରେ ଆଲୋଚନା କରାଯିବା ସହ ସ୍ବାସ୍ଥ୍ୟ ସେବାର ଉନ୍ନତି, ପୋଷଣ ଅଭିଯାନ ଅଧିନରେ ଅପପୃଷ୍ଠି ହ୍ରାସ, ପ୍ରସବପୂର୍ବ ଯତ୍ନ, ଶିଶୁ ଟୀକାକରଣ ଏଵଂ ମୁର୍ତ୍ତିକା ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ଉପରେ ବିଶେଷ ଗୁରୁତ୍ବ ଦିଆ ଯାଇଥିଲା। ମୁଖ୍ୟତଃ ଅଙ୍ଗନୱାଡ଼ି ଏବଂ ଆଶା କର୍ମୀଙ୍କ ପରି ଆଗଧାଡ଼ିର କର୍ମୀଙ୍କ ଉଦ୍ୟମରେ ଏହି ଜନ କଲ୍ୟାଣ କାରୀ ଯୋଜନା ଗୁଡିକୁ ଆଗେଇ ନେବାରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ପ୍ରଶଂସା କରା ଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅଭିଯାନ ଗତ ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇ ଗତ ମାସ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣତା ଅଭିଯାନର କାର୍ଯ୍ୟକ୍ରମ ଜିଲ୍ଲାର ଆର୍.ଉଦୟଗିରି ଓ ଗୁମ୍ମା ବ୍ଲକରେ ଚାଲୁ ରହିଅଛି। ଏହି ସମାରୋହରେ ବିଗତ ତିନି ମାସ ଧରି ବିଭିନ୍ନ ବିଭାଗ ଯଥା କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ସମାଜ କଲ୍ୟାଣ ଓ ସାମାଜିକ ବିକାଶ ମଧ୍ୟରେ ଛଅ ଗୋଟି ସୁଚକାଙ୍କ ମଧ୍ୟରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ନିମନ୍ତେ ବିଗତ ତିନି ମାସରେ ବିଭିନ୍ନ ପଦକ୍ଷେପ ମାନ ନିଆ ଯାଇଥିଲା, ଯାହା ପାଇଁ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ମାନୀତ କରିବା ସହ ସେମାନଙ୍କୁ ମାନ ପତ୍ର ପ୍ରଦାନ କରିବା ସହିତ ସମସ୍ତ ବ୍ଲକ୍ ରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ମଧ୍ୟ ସମ୍ମାନୀତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ  ସୁରେନ୍ଦ୍ର ନାଥ ସ୍ୱାଇଁ, ପୀରାମଲ୍ ଫାଉଣ୍ଡେସନର ପ୍ରୋଗ୍ରାମ ମ୍ୟାନେଜର ଦେବବ୍ରତ ଆଚାର୍ଯ୍ୟ, ଉପ ନିର୍ଦ୍ଦେଶକ ଯୋଜନା  ମହେଶ୍ବର ସାହୁଙ୍କ ସମେତ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଳ, କୃଷି ଅଧିକାରୀ ଓ ହିତାଧୀକାରୀ ମାନେ କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ। ଏମାନଙ୍କ ସମେତ ନୀତି ଆୟୋଗ ଅନ୍ତର୍ଗତ ପୀରାମଲ୍ ଫାଉଣ୍ଡେସନର ପ୍ରୋଗ୍ରାମ ଲିଡର ସୁଭ ସଞ୍ଜୋଗ ସାହୁ ଓ ବି: ଶ୍ରୀୟାଶ୍ରୀ ରାଣୀ, ଗାନ୍ଧୀ ଫେଲୋ ଅଙ୍କିତା, ଗାନ୍ଧୀ ଫେଲୋ ଗାରିମା ମିଶ୍ର, ଗାନ୍ଧୀ ଫେଲୋ ଶ୍ରୀ ବିବେକ, ନୀତି ଆୟୋଗର ଆକାଂକ୍ଷା ବ୍ଲକ ଗୁମ୍ମା ଦାୟିତ୍ୱରେ ଥିବା ବ୍ଲକ୍ ଫେଲୋ ଶ୍ରୀ ବାପି ଡିଗଲ ଏବଂ ଆର: ଉଦୟଗିରି ବ୍ଳକ ଫେଲୋ ଶ୍ରୀ କାହ୍ନୁ ଚରଣ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ପୀରାମଲ୍ ଫାଉଣ୍ଡେସନ ଓ ନୀତି ଆୟୋଗର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.