‘ନିୟମ ବାହାରେ ପ୍ରଶାସନ କାମ କରୁଛି’

କେବେ ଅଯୋଗ୍ୟ ଘୋଷିତ ହେବେ କଶୃପଡାର ନାଏବ ସରପଞ୍ଚ ଓ ଜଣେ ୱାର୍ଡ ସଭ୍ୟା???

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କେସିଙ୍ଗା ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୁଦ୍ଧରେ ଅନାସ୍ଥା ଆସିବା ଦିନଠାରୁ ଏଠିକାର ରାଜନୈତିକ ପାଣିପାଗ ଉଷ୍ଣ ରହିଛି। ବିରୋଧି କେମ୍ପରେ ରହିଥିବା କେତେକ ସରପଞ୍ଚଙ୍କ ବିରୁଦ୍ଧରେ ମଧ୍ୟ ଅନାସ୍ଥା ଆସିଥିବା ଜଣାପଡିଛି। ଏସବୁ ମଧ୍ୟରେ କଶୃପଡା ସରପଞ୍ଚଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି କଶୃପଡା ସରପଞ୍ଚ। ସେ କହିଛନ୍ତି – ମୋତେ କୌଣସି ନୋଟିସ ମିଳିନାହିଁ। ଯଦି ୨୪ରେ ଭୋଟ ଗ୍ରହଣ କରାଯିବ ତାହେଲେ ୧୫ ଦିନ ଆଗରୁ କାହିଁକି ମୋତେ ନୋଟିସ ଦିଆଗଲା ନାହିଁ? ପ୍ରଶାସନ ମୋ ପ୍ରତି ଘୋର ଅନ୍ୟାୟ କରୁଛି। ନିୟମ ବାହାରେ ପ୍ରଶାସନ କାମ କରୁଛି। ପ୍ରଥମେ ମୁଁ ଦେଇଥିବା ଦୁଇଜଣ ୱାର୍ଡ ମେମ୍ବରଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ସରପଞ୍ଚ କହିଥିଲେ। ଯଦି ପ୍ରଶାସନ ଏତେ ସ୍ୱଚ୍ଛ ତାହେଲେ ନାଏବ ସରପଞ୍ଚ ଓ ୱାର୍ଡ ସଭ୍ୟଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯାଉନାହିଁ? ଜ଼ିଲ୍ଲାପାଳଙ୍କ ନୋଟିସ ସତ୍ୱେ କେସିଙ୍ଗା ବିଡ଼ିଓ କାହିଁକି ଜ଼ିଲ୍ଲାପାଳ କୋର୍ଟକୁ ଯାଉନାହାନ୍ତି? ବ୍ଲକ ଅଧକ୍ଷଙ୍କ ହାତବାରିସୀ ସାଜି ବିଡ଼ିଓ ଆମ ବିରୁଦ୍ଧରେ କୁଟ ଚକ୍ରାନ୍ତ କରୁଛନ୍ତି। କେସିଙ୍ଗା ବିଡ଼ିଓ ଚାକିରୀ ନକରି ରାଜନୀତି କରୁଛନ୍ତି! ନିର୍ବାଚିତ ପ୍ରତିନିଧିମାନଙ୍କୁ ବ୍ଲକରେ ହଇରାଣ କରୁଛନ୍ତି! କେସିଙ୍ଗା ବ୍ଲକ ଅଧକ୍ଷଙ୍କ ଯେଉଁ ଭଳି ଦୁର୍ନୀତି, ପିସି କାରବାର, ବିଲ ସମୟରେ ହଇରାଣ କରିବା, କାମ ବିକ୍ରି କରିବା, ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ କଥା ନଶୁଣି ଆଦି ବିଭିନ୍ନ କାରଣ ଯୋଗୁଁ ଆମେ ଅନାସ୍ଥା ଆଣିଛୁ ଏବଂ ଯେତେ ଯାହା କୁଟ ଚକ୍ରାନ୍ତ କଲେ ମଧ୍ୟ ଆମେ ଅନାସ୍ଥାରୁ ଓହରିଯିବୁ ନାହିଁ ବୋଲି କଶୃପଡା ସରପଞ୍ଚଙ୍କ ସମେତ କ୍ୟାମ୍ପରେ ଥିବା ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନେ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ଏଠାରେ ସୂଚନାଯୋଗ୍ୟ ଯେ, କଶୃପଡା ପଞ୍ଚାୟତର ୧ ନମ୍ବର ୱାର୍ଡ ସଭ୍ୟା ତଥା ନାଏବ ସରପଞ୍ଚ ଅରୁଣା ନାଏକଙ୍କ ତିନୋଟି ସନ୍ତାନ ଥିବାସହ ୭ ନମ୍ବର ୱାର୍ଡ ସଭ୍ୟା ତପିସା ଛତ୍ରିଆଙ୍କ ୪ ଜଣ ସନ୍ତାନ ଥିବା କଶୃପଡା ସରପଞ୍ଚ ଦୀର୍ଘ ୯ ମାସ ହେଲା ପ୍ରମାଣ ସହ ଜିଲ୍ଲାପାଳ ଓ ବିଡ଼ିଓଙ୍କ ନିକଟରେ ଜଣାଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଜଣଙ୍କୁ ଅଯୋଗ୍ୟ ଘୋଷଣା ନ କରିବାକୁ ନେଇ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଛନ୍ତି କଶୃପଡା ସରପଞ୍ଚ। ଏହାସହ ପ୍ରତକ୍ଷ୍ୟ ଭାବେ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ନିୟମ ଅନୁସାରେ ପ୍ରଥମେ କଶୃପଡା ପଞ୍ଚାୟତର ନାଏବ ସରପଞ୍ଚ ଓ ଜଣେ ଓ୍ବାର୍ଡ ସଭ୍ୟା ଅଯୋଗ୍ୟ ଘୋଷିତ ହେବାକଥା, କିନ୍ତୁ ଅଯୋଗ୍ୟ ଥିବା ଲୋକ କିଭଳି ଜଣେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ଆଣିପାରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.