ଗୋହୀରାପଦର ଗଜଲକ୍ଷ୍ମୀ ପୂଜାର ତୃତୀୟ ରଜନୀର ସାଂସ୍କୃତିକ ସନ୍ଧ୍ୟା 

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଲେ ନର୍ଲା ବ୍ଲକ ଅଧ୍ୟକ୍ଷ; ପୂଜା ସ୍ଥଳୀକୁ ପାଚେରୀ କାନ୍ଥ ଓ ଫେବର ବ୍ଲକ କରିବା ପାଇଁ ମଞ୍ଚରେ କଲେ ଘୋଷଣା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁର ଗ୍ରାମ ପଂଚାୟତର ଗୋହୀରାପଦର ଗ୍ରାମର ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୧୭ ବର୍ଷରେ ପଦାର୍ପଣ କରିଛି। ପୂଜା କମିଟିର ପ୍ରତ୍ୟକ୍ଷ ତତ୍ୱବାଧାନରେ ବୁଧବାରରୁ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା। ଲକ୍ଷ୍ମୀପୂଜା ନିମନ୍ତେ ମଙ୍ଗଳବାର ଅପରାହ୍ନ ୪ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବୁଧବାର ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଥିଲା ଗଜଲକ୍ଷ୍ମୀ ପୂଜା । କମିଟିର ସଭାପତି ହେମନ୍ତ ସାହୁ ଓ ସମ୍ପାଦକ ପ୍ରଶାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ବୁଧବାର ଦିନରୁ ଗଜଲକ୍ଷ୍ମୀ ପୂଜନ ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଉଛି।

Omkar Vasthu
Omkar Vasthu

ପ୍ରଥମ ଦିନ ୧୬/୧୦ ରାତିରେ ତିଲଯୋଡ଼ି ର “ଫସିଲା ଧରମା ପାଇଲା ଫାଶୀ” ନାଟକ ମଞ୍ଚସ୍ଥ ହୋଇଥଲା। ସେଇଭଳି ପୂଜାର ଦ୍ଵିତୀୟ ରାତ୍ରରେ କଳାହାଣ୍ଡି ପ୍ରତାପପୁର ର “ସରିନି ଫଗୁଣ ଆସିଲା ଶ୍ରାବଣ” ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ୧୮/୧୦ ଶୁକ୍ରବାର ତୃତୀୟ ରଜନୀ ରେ ଧର୍ମଗଡ ଡଙ୍ଗରୀପଡ଼ାର “କିରଣକୁ ଜଣା ସୂର୍ଯ୍ୟ ଠିକଣା” ନାଟକ ମଞ୍ଚସ୍ଥ ହୋଇଥିଲା। ଆଜିଶେଷ ରଜନୀ ଶନିବାର ୧୯/୧୦ ରେ “ଡ୍ୟାନ୍ସ ଡ୍ୟାନ୍ସ” ପ୍ରତିଯୋଗୀତ ଅନୁଷ୍ଠିତ ହେବ। ପ୍ରତ୍ୟହ ରାତିରେ ନାଟକ ମଞ୍ଚସ୍ଥ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଏହାର ମଜା ନେଉଥିବା ଦେଖିବାକୁ ମିଳୁଛି। କାର୍ଯ୍ୟକ୍ରମ ଗୁଡିକରେ ପ୍ରତ୍ୟହ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଅତିଥି ଭାବରେ ମଞ୍ଚାସୀନ କରାଯାଇ ସେମାନଙ୍କୁ ପୂଜା କମିଟି ତରଫରୁ ସମ୍ୱର୍ଦ୍ଧନା ଦିଆଯାଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଗତ ରାତିରେ ଧର୍ମଗଡ ଡଙ୍ଗରୀପଡ଼ାର ନାଟକ “ସୁଖ ଏଠି କିଣା ଦୁଃଖ ମାଗଣା” ନାଟକ ମଞ୍ଚସ୍ଥ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ପୂଜା କମିଟି ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଗତକାଲି ପୂଜା କମିଟିର ସଭାପତି ହେମନ୍ତ ସାହୁଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବରେ ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, କଳାହାଣ୍ଡି ଓଡିଆ ବାର୍ତ୍ତା ପ୍ରତିନିଧି ଲିଙ୍ଗରାଜ ମିଶ୍ର, ସରିଆଁ ଗ୍ରାମର ଗୌନ୍ତିଆ ବିଜୟ ଭୋଇ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେବାସହ ପୂଜା କମିଟିକୁ ଉତ୍ସାହିତ କରିଥିଲେ।

ମୁଖ୍ୟ ଅତିଥି ଅଧ୍ୟକ୍ଷ ଶ୍ରୀ ମହାନ୍ତି ଗୋହୀରାପଦର ଲକ୍ଷ୍ମୀ ପୂଜା ପୂଜା ମଣ୍ଡପ ପରିସରକୁ ପାଚେରୀ କାନ୍ଥ କରିଦେବା ସହ ଫେବର ବ୍ଲକ ଲଗେଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଶାନ୍ତପୁର ର ପୂର୍ବତନ ସରପଞ୍ଚ ତିକେଧର ସାହୁ ମଞ୍ଚ ପରିଚାଳନା କରିବା ସହ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗୋହୀରାପଦର ଗଜଲକ୍ଷ୍ମୀ ପୂଜା ୧୬/୧୦ ବୁଧବାରରୁ ୧୯/୧୦ ଶନିବାର ଯାଏଁ ୪ ଦିନ ଧରି ପାଳିତ ହେଉଥିବା ବେଳେ ୨୦/୧୦ ରବିବାର ଏହାର ପୂର୍ଣ୍ଣାହୂତି ପଡ଼ିବା ସହ ମୂର୍ତ୍ତି ବିସର୍ଜନ ହେବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.