ପ୍ରଗତି ପଥ ମହୋତ୍ସବ: ସନ୍ତୋଷ କରଙ୍କୁ ବନମାଳୀ ପଣ୍ଡା ଶିକ୍ଷା ସମ୍ମାନ; ସାହିତ୍ୟରେ ବିପିନ ବିହାରୀ ବିଶି, ସୁଜିତ ମେହେରଙ୍କୁ ଯୁବ ପ୍ରତିଭା ଓ ସେବାରେ ଭୁ.ବେ.ମେ.ୟୁ.ଅ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପ୍ରଗତି ଅନୁଷ୍ଠାନର ପ୍ରତିଷ୍ଠାତା  ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଦ୍ଵିତୀୟ ପୂଣ୍ୟତିଥି ଅବସରରେ ଚଳିତ ଅକ୍ଟୋବର ମାସ ୨୩ ତାରିଖ ଦିନ ଭବାନୀପାଟଣା ସହର ସ୍ଥିତ ପ୍ରଗତି ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ପଥ ମହୋତ୍ସବ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଶନିବାର ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

Omkar Vasthu
Omkar Vasthu

ଉକ୍ତ ବୈଠକରେ ଆନ୍ତର୍ଜାତିକ ଫେସନ ଡିଜାଇନର ସୁଜିତ ମେହେରଙ୍କୁ ବନମାଳୀ ପଣ୍ଡା ଯୁବ ପ୍ରତିଭା ସମ୍ମାନ, ବିଶିଷ୍ଟ କବି ଓ ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ବିଶିଙ୍କୁ ବନମାଳୀ ପଣ୍ଡା ସାହିତ୍ୟ ସମ୍ମାନ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ବନମାଳୀ ପଣ୍ଡା ଶିକ୍ଷା ସମ୍ମାନ  ଏବଂ ମୁଣ୍ଡରାଗୁଡ଼ା ସ୍ଥିତ ଭୁବନେଶ୍ୱର ବେହେରା ମେମୋରିୟାଲ ୟୁଥ ଅର୍ଗାନାଇଜେସନକୁ ବନମାଳୀ ପଣ୍ଡା ସେବା ସମ୍ମାନରେ ସମ୍ମାନିତ କରାଯିବାର ନିଷ୍ପତ୍ତି ନିଆଯାଇଛି। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବୈଠକରେ କଂସେପ୍ଟ ସ୍କୁଲର ଅଧ୍ୟକ୍ଷ ଚିନ୍ମୟ ଗୁରୁ, ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, କଲିଜିଏଟ ସ୍କୁଲର ପ୍ରଧାନଶିକ୍ଷକ ଲୋକନାଥ ଖଡ଼ିକାର, ଡିଗ୍ରୀ କଲେଜ ଉପାଧ୍ୟକ୍ଷ ଡ. ଦେବାଶିଷ ସେନ, ଜୁନିଅର ଉଇଙ୍ଗସ ଅଧ୍ୟକ୍ଷା ଅର୍ସିଆ ସାଏଲା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ଲକ୍ଷ୍ମୀକାନ୍ତ ବେହେରା, ରମେଶ ମେହେର, ଅଶୋକ କୁମାର ସାହୁ, ଜୟଦ୍ରଥ ସୁନା, ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପଥ ମହୋତ୍ସବରେ ପ୍ରଗତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯୋଗ, ତାଇକୋଣ୍ଡୋ,  ପେଣ୍ଟିଂ, ରଙ୍ଗୋଲି, ନୃତ୍ୟ, ଗୀତ, କବିତା ଆବୃତ୍ତି,  ବ୍ୟାଡମିଣ୍ଟନ, କବାଡି, ଭଲିବଲ, ଚେସ, କେରମ, ଫ୍ୟାନସି ଡ୍ରେସ, ବିଜ୍ଞାନ ମେଳା ଓ ବୈଷୟିକ ଶିକ୍ଷା ଆଦି ପ୍ରତିଯୋଗିତା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ସ୍ଵନାମଧନ୍ୟ ପ୍ରସିଦ୍ଧ କବି ଓ କବୟିତ୍ରୀମାନଙ୍କୁ ନେଇ ସ୍ୱରଚିତ କବିତା ଆବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.